ଆପଣ ବ୍ରାଣ୍ଡେଡ କପଡା କିଣିବା ସମୟରେ ଠକାମିର ଶିକାର ହେଉଛନ୍ତି କି? ତେବେ ପଢ଼ନ୍ତୁ ପୁରା ଖବର ଓ ହୋଇଯାଆନ୍ତୁ ସାବଧାନ ।

23

ଲିଭାଇସର ଜିନ୍ସ ମାତ୍ର ୩୦୦ ଟଙ୍କାରେ । ଏହା ପଢ଼ି ଆପଣ ଆଶ୍ଚର୍ଯ୍ୟ ହେଉଥିବେ, କିନ୍ତୁ ଏହା ସତ୍ୟ ଅଟେ । ନାମି ଦାମି କମ୍ପାନୀର ବ୍ରାଣ୍ଡର ଟ୍ୟାଗ ଲାଗିଥିବା ଜିନ୍ସ, ସାର୍ଟ, ଜ୍ୟାକେଟ, ଜୋତା, ଟି-ସାର୍ଟ ଇତ୍ୟାଦି ବଜାରରେ ଅଭାବ ନାହିଁ । ଏକ ଅନୁମାନ ମୁତାବକ, ସହରରେ ପାଖାପାଖି ୯୦ ପ୍ରତିଶତ ମାର୍କେଟରେ ଲୋକାଲ ବା ଦିଲ୍ଲୀ ନିର୍ମିତ କପଡାର ଭରି ପଡିଛି । ଯଦି ବ୍ରାଣ୍ଡେଡ ଜିନ୍ସ ବା ଟି-ସାର୍ଟ ଦରକାର ତେବେ ଦୋକାନୀ ଠାରୁ ଆଡଭାନ୍ସ ଟଙ୍କା ଦେଇ ଅର୍ଡର କରିବାକୁ ପଡେ, କିନ୍ତୁ ଏଥିରେ ବି ଠକାମିର ଶିକାର ହେବାକୁ ପଡେ ।

ମାର୍କେଟରେ ଥିବା ପ୍ରତି ୧୦ ମଧ୍ୟରୁ ୮ଟି ଦୋକାନୀ ଶସ୍ତାରୁ ଶସ୍ତା ଦାମରେ ଗ୍ରାହକଙ୍କୁ ବ୍ରାଣ୍ଡେଡ ନାଁରେ ନକଲି ଜିନ୍ସ ବିକ୍ରି କରନ୍ତି । ନକଲି ବ୍ରାଣ୍ଡର ଏହି ମାଲ ମୁଖ୍ୟତଃ ଦୋକାନୀ ଦିଲ୍ଲୀରୁ ଆଣନ୍ତି । ନାଁ ନଛାପିବାର ସର୍ତ୍ତ ଉପରେ ଜଣେ ଦୋକାନର କହିଲେ କି ଦେବନଗର ଆଦି କ୍ଷେତ୍ରରେ ଏହି କପଡା ଉପରେ ରେଟିଙ୍ଗର କାମ କରାଯାଏ । ସେଠାରୁ ସମସ୍ତ ମାଲ ପୁରା ଦେଶର ଭିନ୍ନ ଭିନ୍ନ ସ୍ଥାନକୁ ଯାଉଥିବା ବ୍ୟାପାରୀଙ୍କୁ ବିକ୍ରି କରାଯାଏ ।ଟେଗିଙ୍ଗ ଠାରୁ ଆରମ୍ଭ କରି ସିଲେଇ ପର୍ଯ୍ୟନ୍ତ, ପାଖାପାଖି ସମସ୍ତ ଅସଲି କପଡା ଭଳି ହୋଇଥିବାରୁ ଗ୍ରାହକ ଅସଲି ଓ ନକଲି ମଧ୍ୟରେ ତଫାତ ଜାଣିପାରନ୍ତିନି । ସେଥିପାଇଁ ସାବଧାନ ହୋଇଯାଆନ୍ତୁ ବ୍ରାଣ୍ଡେଡ କପଡା କିଣିବା ପାଇଁ ଘରୁ ବାହାରୁଛନ୍ତି ଯଦି ସାବଧାନ ହୋଇଯାଆନ୍ତୁ ।