ପ୍ଲାଷ୍ଟିକ୍ ବୋଟଲରେ ପାଣି ରଖି ପିଉଛନ୍ତି କି ? ଏହି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

58

ପ୍ଲାଷ୍ଟିକ୍ ବୋଟଲରେ ପିଇବା ପାଣି ରଖି ପିଉଛନ୍ତିି କି ? ମନେ ରଖନ୍ତୁ ବୋଟଲ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ସେତେଟା ଭଲ ନୁହେଁ । ଯଦି ନିହାତି ଆବଶ୍ୟକ ସ୍ଥଳେ ଆପଣ ଏହି ପାଣି ପିଉଛନ୍ତି ତେବେ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ । ନଚେତ୍‌ ଆପଣ ନାନା ରୋଗର ପଡିପାରନ୍ତି ।

– ନିୟମିତ ବ୍ୟବଧାନରେ ବୋଟଲକୁ ସଫା କରନ୍ତୁ ।

– ଦୀର୍ଘ ଦିନ ଧରି ଗୋଟାଏ ବୋଟଲ ବ୍ୟବହାର କରନ୍ତୁ ନାହିଁ । ତିନି ମାସ ପରେ ବୋଟଲ ବଦଳାଇବା ଉଚିତ୍ ।

– ବୋଟଲ ସଫା କରିବା ପାଇଁ ସର୍ଫ କିମ୍ବା ସାମ୍ପୋ ବ୍ୟବହାର କରନ୍ତୁ ନାହିଁ ।

– ବୋଟଲରେ ମୁହଁ ଲଗାଇ ପାଣି ପିଅନ୍ତୁ ନାହିଁ । ଏଥିରେ ସଂକ୍ରମଣର ଭୟ ଅଧିକ ଥାଏ ।

– ଗୋଟାଏ ଦିନ ତଳର ବାସି ପାଣି ବି ପିଅନ୍ତୁ ନାହଁ ।