ରାଜ୍ୟରେ ବଢୁଥିବା ଦୁର୍ଘଟଣା ଏଡାଇବାପାଇଁ ନିଆଗଲା ପଦକ୍ଷେପ : ରାସ୍ତାରେ ବେଗ ମାପିବ ରାଡର, ସ୍କାନରେ ରହିବେ ଚାଳକ

ରାସ୍ତାକୁ ଜଗିବ ସିସିଟିଭି

97

କନକ ବ୍ୟୁରୋ : ୧୬ ନମ୍ବର ଜାତୀୟ ରାଜପଥରେ ଦ୍ରୁତ ଗତିରେ ଗାଡ଼ି ଚାଳନା, ବିନା ସିଟ୍ ବେଲ୍ଟରେ ଗାଡ଼ି ଚଳାଉଥିବା ଚାଳକ ସାବଧାନ। ଏଣିକି ସେମାନଙ୍କ ଉପରେ ୨୪ ଘଣ୍ଟା ଅନ୍ଲାଇନରେ ନଜର ରଖିବ ଉଚ୍ଚ କ୍ଷମତା ଯୁକ୍ତ କ୍ୟାମେରା ଓ ରାଡର୍। ରାଜ୍ୟ ପରିବହନ କମିସନ ପ୍ରଥମ ଥର ପାଇଁ ଓଡ଼ିଶାରେ ପ୍ରାଥମିକ ପର୍ଯ୍ୟାୟରେ ଖୋର୍ଧାରୁ ଯାଜପୁର ଜିଲ୍ଲା ଚଣ୍ତିଖୋଲ ପର୍ଯ୍ୟନ୍ତ ରାଜପଥର ୨୫ଟି ସମ୍ବେଦନଶୀଳ ତଥା ଦୁର୍ଘଟଣାପ୍ରବଣ ପଏଣ୍ଟରେ କ୍ୟାମେରା ଓ ରାଡର ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ୭ କୋଟି ଟଙ୍କା ଅର୍ଥ ଅଟକଳ କରିଛନ୍ତି। ଖୁବ୍ ଶୀଘ୍ର ଏଥିପାଇଁ ଟେଣ୍ତର ପ୍ରକ୍ରିୟା ଆରମ୍ଭ ହେଉଥିବା ସୂଚନା ମିଳିଛି।

 

ରାଜ୍ୟରେ ଖୋର୍ଧା-ଚଣ୍ତିଖୋଲ ରାସ୍ତାରେ ମୁଖ୍ୟତଃ ଦୁର୍ଘଟଣା ଅଧିକ ମାତ୍ରାରେ ଘଟୁଥିବା ଏନ୍ଏଚ୍ଆଇର ଏକ ରିପୋର୍ଟରେ ଦର୍ଶାଇଛି। ୨୦୧୬ରେ ଏହି ୧୬ ନମ୍ବର ଜାତୀୟ ରାଜପଥରେ ୯୫ ଜଣ ଏବ˚ ୨୦୧୬ରେ ୧୩୨ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଏଭଳି ଦୁର୍ଘଟଣାକୁ ଦୃଷ୍ଟିରେ ରଖାଯାଇ ପ୍ରାଥମିକ ପର୍ଯ୍ୟାୟରେ ଖୋର୍ଧା-ଚଣ୍ତିଖୋଲ ରାଜପଥରେ କ୍ୟାମେରା ଓ ରାଡର୍ ଲଗାଯିବ। ଯୋଜନା ସଫଳ ହେଲେ ରାଉରକେଲା-ମଙ୍ଗୁଳି ସମେତ ରାଜ୍ୟର ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଲଗାଯିବ। କ୍ୟାମେରାରେ ଗାଡ଼ିର ନମ୍ବର ପ୍ଲେଟ୍ ଚିତ୍ର ଉଠାଇବା ସହିତ ରାଡର୍ ମାଧ୍ୟମରେ ଗାଡ଼ିର ବେଗ ମପାଯିବ। ଏମିତିକି ଚାରି ଚକିଆ ଗାଡ଼ି ଚାଳକ ସିଟ୍ ବେଲ୍ଟ ନପିନ୍ଧିଥିଲେ ଗାଡ଼ି ଭିତରରେ ଥିବା ଚାଳକଙ୍କ ଚିତ୍ର ମଧ୍ୟ କ୍ୟାମେରାରେ ଉଠାଇବା କ୍ଷମତା ରହିଛି।

 

ଯେଉଁ ବାଇକ୍ ଚାଳକମାନେ ହେଲମେଟ ବ୍ୟବହାର ନକରି ରାଜପଥରେ ଗାଡ଼ି ଚଳାଉଛନ୍ତି, ସେମାନେ ବି ଧରାପଡ଼ିବେ। ରାଜପଥରେ ଅଧିକା˚ଶ ଭାରିଯାନ ବିପରୀତ ଦିଗରେ ଆସୁଥିବା ଅଭିଯୋଗ ହୁଏ। ତାଙ୍କ ଉପରେ ମଧ୍ୟ ନଜର ରଖାଯିବ। ଗାଡ଼ି ଚାଳକଙ୍କ ପାଇଁ ନିର୍ଦ୍ଧାରଣ ହୋଇଥିବା ଗାଡ଼ିର ବେଗଠାରୁ ଅଧିକ ବେଗରେ ଗାଡ଼ି ଯାଉଥିଲେ, ସମ୍ପୃକ୍ତ ଚାଳକ ଜଣକ କେତେ ସ୍ପିଡରେ ଗାଡ଼ି ଚଳାଉଛନ୍ତି ଏବ˚ ତାଙ୍କ ଗାଡ଼ି ନମ୍ବର ରାଡର ଓ କ୍ୟାମେରା ମାଧ୍ୟମରେ ରିଡ୍ କରି କଟକ ରାଜ୍ୟ ପରିବହନ କମିସନଙ୍କ କାର୍ଯ୍ୟାଳୟରେ ଥିବା ସର୍ଭରକୁ ସ୍ବୟ˚ଚାଳିତ ଭାବେ ସୂଚନା ପଠାଇବ।ତେବେ ସୂଚନା ଆଧାରରେ ସମ୍ପୃକ୍ତ ଗାଡିଚାଳକଙ୍କଠାରୁ ଜୋରିମାନା ଆଦାୟ କରାଯିବ ବୋଲି ସୂଚନା ମିଳିଛିା