ଓଜନ କମାଇବା ପାଇଁ ଲେମ୍ବୁ ପାଣି ପିଉଛନ୍ତି କି ? ଆପଣଙ୍କ ପାଇଁ କିଛି ଜରୁରି ଟିପ୍ସ !

93

କିଛି ଲୋକ ଏହା କହୁଥିବାର ଶୁଣିଥିବେ ଯଦି ଓଜନ କମାଇବାକୁ ଚାହୁଁଛନ୍ତି ତ ଏକ ଗ୍ଲାସ୍ ଗରମ ପାଣିରେ ଲେମ୍ବୁ ମିଶାଇ ପିଇଲେ ଲାଭ ମିଳେ । କାରଣ ଏହା ଫ୍ୟାଟ୍ କମାଇବାରେ କାମ କରିବ । ପାଣିରେ ଲେମ୍ବୁର କିଛି ବୁନ୍ଦା ମିଶାଇ ପିଇବା ଦ୍ୱାରା ଡାଇଜେସନ କ୍ରିୟା ଭଲରେ ହୁଏ । ଶରୀରକୁ ଉର୍ଜା ମିଳିଥାଏ । ଲେମ୍ବୁ ପାଣିରେ ଖାଲି ଯେ, ଶରୀରରୁ ଫ୍ୟାଟ୍ କମାଇ ଥାଏ ତା ନୁହେଁ ତୃପ୍ତ ବି କରିଥାଏ । ବିଶେଷଜ୍ଞଙ୍କ ଅନୁସାରେ ନର୍ମାଲ୍ ପାଣି ବି ଲେମ୍ବୁ ପାଣି ଭଲି ଫଇଦାପୂର୍ଣ୍ଣ ଅଟେ । ଲେମ୍ବୁ ପାଣି ଓ ଏହାର ଫାଇଦା ବିଷୟରେ ଅନେକ ପ୍ରକାରର କଥା କୁହାଯାଏ ।  ଏହା ଭିତରେ ଆମେ ଆପଣଙ୍କୁ ଲେମ୍ବୁ ପାଣି ଓ ଏହାର ସାହାଯ୍ୟରେ ଓଜନ କମିବା ବିଷୟରେ କିଛି ଜରୁରି କଥା କହୁଛୁ –

କମ୍ କ୍ୟାଲୋରୀ – ଏକ ଗ୍ଲାସ୍ ଲେମ୍ବୁ ପାଣିରେ ଅଧିକତମ ଭାବେ ୬ କ୍ୟାଲୋରୀ ଥାଏ । ଏହା ଓଜନ କମାଇବାର ଏକ ମହତ୍ୱପୂର୍ଣ୍ଣ ଡ୍ରିଙ୍କସ୍ । ଏମିତି କି ଯଦି ଆପଣ ଫଳ ଜୁସ୍ ଓ ସୋଡା ଡ୍ରିଙ୍କ ବଦଳରେ ଲେମ୍ବୁ ପାଣି ପିଉଛନ୍ତି ତ ଆପଣ ଗୋଟିଏ ଦିନରେ ପାଖାପାଖି ୨୦୦ କ୍ୟାଲୋରୀ ଯାଏ କମ୍ କରିପାରିବେ । ଲେମ୍ବୁ ପାଣି କ୍ୟାଲୋରୀ ଫ୍ରି ତ ନୁହେଁ , କିନ୍ତୁ ଏହାକୁ ସେବନ କରିବା ଦ୍ୱାରା ଆପଣ କ୍ୟାଲୋରୀ ଇନଟେକ୍ ନିଶ୍ଚୟ କମ୍ କରିପାରିବେ ।

ମେଟାବଲିଜିମ୍ ବଢାଇବା – ରିସର୍ଚ୍ଚ ଅନୁସାରେ , ଯଦି ଶରୀର ଭଲ ଭାବେ ହାଇଡ୍ରେଡ୍ ହୋଇଥାଏ ତ ଏହାଦ୍ୱାରା ସୂତ୍ର କଣିକା ବା ମାଇଟ୍ରୋକଣ୍ଡ୍ରିଆ ଭଲଭାବେ କାମ କରେ । ମାଇଟ୍ରୋକଣ୍ଡ୍ରିଆକୁ ଶକ୍ତି କେନ୍ଦ୍ର କୁହାଯାଏ । କାରଣ ଶରୀରରେ ଉର୍ଜା ସୃଷ୍ଟି କରିବାର କାମ ଏହି କୋଷିକା କରିଥାଏ । ଲେମ୍ବୁ ପାଣି ପିଇବା ଦ୍ୱାରା ଶରୀରର ମେଟାବଲିଜିମ୍ ବଢିଥାଏ । ଯେଉଁଥିରେ ଓଜନ ହଟାଇବାରେ ସାହାଯ୍ୟ ମିଳେ । ଏହି କାରଣରୁ ଅଧିକ ଲୋକ ପ୍ରତିଦିନ ଅଧିକ ପାଣି ପିଇବାକୁ ଉପଦେଶ ଦେଇଥାନ୍ତି ।

ଭଲ ହ୍ରାଇଡ୍ରେସନ – ଶରୀରରୁ ଅଦରକାରୀ ଜିନିଷକୁ ବାହାର କରି ଏହାକୁ ହାଇଡ୍ରେଡ୍ ରଖିବା ଉଚିତ୍ । ଏହାଦ୍ୱାରା ଶରୀରର ତାପମାନ ମଧ୍ୟ ଠିକରେ ରହେ । ଏମିତିକି ଯଦି ଶରୀର ଠିକରେ ହାଇଡ୍ରେଡ୍ ଥାଏ ଏହାଦ୍ୱାରା ଓଜନ କମିବାରେ ମଧ୍ୟ ସାହାଯ୍ୟ ମିଳେ । ଲେମ୍ବୁ ପାଣିରେ ପାଣିର ମାତ୍ରା ଅଧିକ ଥାଏ । ଏଥିପାଇଁ ଏହା ଶରୀରକୁ ଅଧିକ ସମୟ ଯାଏ ହାଇଡ୍ରେଡ୍ ରଖେ ।

ବାରମ୍ବାର ଭୋକରୁ ମୁକ୍ତି – ଯଦି ଆପଣ ଖାଦ୍ୟ ପରେ ଅତିରିକ୍ତ ସ୍ନାକ୍ ବା ପ୍ରତି ସମୟରେ କିଛି ନା କିଛି ଚୋବାଇବାକୁ ଇଚ୍ଛା ହେଉଛିି ତ ଲେମ୍ବୁ ପାଣି ବା ନର୍ମାଲ୍ ପାଣି ପିଇବା ଏଥିପାଇଁ ଭଲ ଅଟେ । ୨୦୦୮ରେ କରାଯାଇଥିିବା ରିସର୍ଚ୍ଚ ଅନୁସାରେ ବ୍ରେକଫାଷ୍ଟ ପୂର୍ବରୁ ଅଧା ଲିଟର ପାଣି ପିଇବା ଦ୍ୱାରା ଆପଣ ପାଖାପାଖି ୧୩ ପ୍ରତିଶତ କମ୍ କ୍ୟାଲୋରୀ ପାଇବେ ।

ଓଜନ କମାଇବାରେ ସାହାଯ୍ୟ – ଉପରେ କୁହାଯାଇଥିବା କାରଣରୁ ଲେମ୍ବୁ ପାଣି ଓଜନ କମାଇବାରେ ଭଲ ସାହାଯ୍ୟ କରେ । ଅନେକ ରିର୍ଚ୍ଚରେ ଏହା ପ୍ରମାଣିତ ହୋଇସାରିଛି କି ଯେଉଁ ଲୋକ ଅଧିକ ପାଣି ବା ଲେମ୍ବୁ ପାଣି ପିଉଛନ୍ତି ଅନ୍ୟମାନଙ୍କ ତୁଳନାରେ ତାଙ୍କର ଓଜନ ଖୁବ୍ ଜୋରରେ କମିଥାଏ । ଅନ୍ୟ ରିସର୍ଚ୍ଚରେ ତ ଏହାବି କୁହାଯାଇଛି କି କେବଳ ଡାଏଟିଂ ବା ବ୍ୟାୟାମ କରୁଥିବା ଲୋକଙ୍କ ତୁଳନାରେ ଏହି ଲୋକଙ୍କ ଓଜନ ଖୁବ୍ ଶୀଘ୍ର କମିଥାଏ ଯିଏ ଅଧିକ ପାଣି ପିଅନ୍ତି ।

ଏଥିରୁ ଜଣାପଡିଛି କି ଲେମ୍ବୁ ପାଣି ପିଇବା ଦ୍ୱାରା ବହୁତ ଫାଇଦା ମିଳୁଛି । କିନ୍ତୁ ନର୍ମାଲ ପାଣି ମଧ୍ୟ ଲେମ୍ବୁ ପାଣି ଭଲି ଭଲ ପ୍ରଭାବ ପକାଇଥାଏ ।

( ସୌଜନ୍ୟ- ଏନଡି ଟିଭି )