ନିୟମିତ ବ୍ୟାୟାମ କରୁଛନ୍ତି କି ? ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ . . . .

90

ବ୍ୟାୟାମ କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକାରକ । ହେଲେ ଏଥିପାଇଁ ଯେଉଁ ନିର୍ଦ୍ଦିଷ୍ଟ ନୀତି ନିୟମ ରହିଛି, ତା’କୁ ପାଳନ କରିବା ମଧ୍ୟ ଏକାନ୍ତ ଆବଶ୍ୟକ । ଆସନ୍ତୁ ଏହି ନିୟମ ଗୁଡିକ ସଂପର୍କରେ ଜାଣିବା…

-ବ୍ୟାୟାମ କରିବା ପୂର୍ବରୁ ପେଟପୁରା ଭୋଜନ ଗ୍ରହଣ କରନ୍ତୁ ନାହିଁ କିମ୍ବା ବହୁତ ଭୋକ ଲାଗୁଥିଲେ ମଧ୍ୟ ବ୍ୟାୟାମ କରିବା ଅନୁଚିତ ।

-ବ୍ୟାୟାମ କରିବା ସମୟରେ ଯଥା ସମ୍ଭବ ଢ଼ିଲା ପୋଷାକ ପରିଧାନ ପିନ୍ଧନ୍ତୁ । ଚିପା ପୋଷାକ ପିନ୍ଧିଲେ ବ୍ୟାୟାମରେ ବାଧା ଉପୁଜେ ।

– ଅସ୍ଥୁସ୍ଥ ଥିଲେ ବ୍ୟାୟାମ କରିବା ଉଚିତ୍ ନୁହଁ । ଏ ସଂପର୍କରେ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନିଆଯାଇପାରେ ।

– ସକାଳ ନିଦରୁ ଉଠିବା ମାତ୍ରେ ବ୍ୟାୟାମ କରନ୍ତୁ ନାହିଁ । ଉଠିବାର ଅଧଘଣ୍ଟା ପରେ ବ୍ୟାୟାମ କରନ୍ତୁ ।

-ଯେକୌଣସି ବ୍ୟାୟାମ କରିବା ପୂର୍ବରୁ ଷ୍ଟ୍ରେଚିଂ ଓ ଓ୍ଵାର୍ମଅପ୍‌ କରିବା ନିହାତି ଆବଶ୍ୟକ ।

– ବ୍ୟାୟାମ କରିବା ବେଳେ ଯଦି କୌଣସି ଅସୁବିଧା ହୁଏ, ତେବେ ତୁରନ୍ତ ବନ୍ଦ କରି ଦିଅନ୍ତୁ ।