ଶରୀରକୁ ସବୁବେଳେ ଫିଟ ରଖିବାକୁ ଚାହୁଁଛନ୍ତି, ତେବେ ପ୍ରତିଦିନ କରନ୍ତୁ ଏହି କାମ

42

ଆଜିକାଲିର ଦୁନିଆରେ ସମସ୍ତେ ଚାହାଁନ୍ତି କି ସେମାନେ ସଂପୂ ର୍ଣ୍ଣ ଭାବେ ସୁସ୍ଥ ରହନ୍ତୁ ଓ ସ୍ୱାସ୍ଥ୍ୟକର ଜୀବନ ବଂଚିବା ପାଇଁ । ଯଦି ଆପଣ ବି ଏମିତି ଭାବୁଛନ୍ତି , ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଟିପ୍ସ ଦେଉଛୁ ।

ନିଶା ସେବନ କରନ୍ତୁନି : ସବୁଠୁ ପ୍ରଥମେ ନିଶା କରିବା ବନ୍ଦ କରନ୍ତୁ । ନିଶା ସେବନ କରିବା ଦ୍ୱାରା ଅନେକ ରୋଗ ସୃଷ୍ଟି ହୁଏ । ସେଥିପାଇଁ ଆପଣ ସବୁବେଳେ ନିଶା ଦ୍ରବ୍ୟ ଠାରୁ ଦୁରେଇ ରହନ୍ତୁ ।

ସ୍ୱଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ : ସ୍ୱଚ୍ଛତା ଉପରେ ସଭିଏଁ ବିଶେଷ ଧ୍ୟାନ ଦେବା ଉଚିତ । ନିଜ ଶରୀରର ସ୍ୱଚ୍ଛତା ସହିତ ନିଜ ଆଖପାଖ ସ୍ଥାନର ମଧ୍ୟ ସଫେଇ କରନ୍ତୁ । ସଫାସୁତୁରା ରଖିବା ଦ୍ୱାରା ପରିବେଶ ଶୁଦ୍ଧ ରହେ, ଯାହାକି ଆପଣଙ୍କ ଶରୀର ପାଇଁ ବହୁତ ଭଲ ।

ନିଜ ସ୍ୱାସ୍ଥ୍ୟର ଯାଂଚ କରାନ୍ତୁ : ମଝିରେ ମଝିରେ ନିଜ ଶରୀରର ଯାଂଚ କରାନ୍ତୁ । ଏହା ଦ୍ୱାରା ଆପଣଙ୍କୁ ରୋଗ ହେବା ପୂର୍ବରୁ ତାହା ସଂପର୍କରେ ଜାଣିପାରିବେ ଓ ଚିକିତ୍ସା କରିପାରିବେ ।

ଖାଦ୍ୟପେୟର ଧ୍ୟାନ ରଖନ୍ତୁ : ଆହାର ଆମ ଶରୀର ପାଇଁ ପୋଷଣର ମୁଖ୍ୟ ସ୍ରୋତ । ଆପଣ ଯାହା ବି ଭୋଜନ କରୁଛନ୍ତି ତାହା ସନ୍ତୁଳିତ ରହିବା ଉଚିତ ।