ଟଚସ୍କ୍ରିନ୍ ଫୋନ୍ ବ୍ୟବହାର କରୁଛନ୍ତି କି ? ଘୋର ବିପଦ ଭିତରେ ଅଛି ଆପଣଙ୍କ ଜୀବନ

80

ଟଚସ୍କ୍ରିନ୍ ଫୋନ୍ ବିନା ବର୍ତ୍ତମାନ ସମୟରେ ଜୀବନ କଳ୍ପନା କରିବା ମଧ୍ୟ ମୁସ୍କିଲ । ବର୍ତ୍ତମାନ ସମୟରେ ଗୋଟିଏ ଦିନ ବି ଫୋନ ବିନା ରହିପାରୁ ନାହାନ୍ତି ଲୋକେ । ସମସ୍ତେ ଜାଣନ୍ତି ଟଚସ୍କ୍ରିନ ଫୋନ ବ୍ୟବହାର ଦ୍ୱାରା ଶରୀର ଉପରେ କୁପ୍ରଭାବ ପଡ଼ିବା ସହ ମାନସିକତା ଉପରେ ମଧ୍ୟ ବିଶେଷ ରୂପରେ ପ୍ରଭାବ ପଡ଼ୁଛି । ତଥାପି ହାତରୁ ଛାଡୁ଼ ନାହାନ୍ତି ମୋବାଇଲ ଫୋନ୍ । ଇସ୍ରାଏଲର ଏକ ମେଡ଼ିକାଲ ସେଣ୍ଟର ଦ୍ୱାରା ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ ସ୍ମାର୍ଟଫୋନ ବ୍ୟବହାରର ବିଭିନ୍ନ ଭୟଙ୍କର ବିପଦ ବିଷୟରେ ଜଣାପଡ଼ିଛି । ଏହି ରିପୋର୍ଟ ଅନୁସାରେ, ଏହା ଯୁବଗୋଷ୍ଠୀ ଓ ଛୋଟ ପିଲାଙ୍କ ଉପରେ ଅଧିକ କୁପ୍ରଭାବ ପକଉଛି । କାରଣ ଯୁବପୀଢ଼ି ଓ ଛୋଟ ଛୋଟ ପିଲା ହିଁ ଅଧିକ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ସ୍ମାର୍ଟଫୋନ୍ ଯୋଗୁଁ ଲୋକମାନେ ଶାରୀରିକ ପରିଶ୍ରମ, ଏପରିକି ମାନସିକ ପରିଶ୍ରମ ମଧ୍ୟ କମ୍ କରୁଛନ୍ତି । ଦିନ ସାରା କେବଳ ହାତ ଓ ଅଙ୍ଗୁଳି ହିଁ ଅଧିକ କାମ କରୁଛି । ଆଉ ବାକି ଶରୀର ସ୍ଥିର ରହୁଛି । ତେବେ ଆସନ୍ତୁ ଜାଣିବା ଟଚସ୍କ୍ରିନ ଫୋନ୍ ବ୍ୟବହାର ଯୋଗୁଁ କେଉଁ କେଉଁ ଅସୁବିଧା ଭୋଗିବା ପାଇଁ ପଡ଼ୁଛି ।

– ଟଚସ୍କ୍ରିନ୍ ଫୋନ୍ ଯୋଗୁଁ ଯୁବଗୋଷ୍ଠୀଙ୍କ ମଧ୍ୟରେ ମୋଟାପଣ ବୃଦ୍ଧିି ପାଉଛି । ଆଉ ଏକଥା ସେମାନେ ହୃଦୟଙ୍ଗମ କରିପାରୁ ନାହାନ୍ତି । ଏହି ଫୋନରୁ ବାହାରୁଥିବା ଇଲେକ୍ଟ୍ରାନିକ୍ସ ରେଡ଼ିଏସନ୍ ଛୋଟ ପିଲାଙ୍କ ସମ୍ବେଦନଶୀଳ ମସ୍ତିସ୍କ ଉପରେ ଅଧିକ କୁପ୍ରଭାବ ପକାଉଛି ।

– ଛୋଟ ପିଲାଙ୍କ ମାନସିକ ଓ ଶାରୀରିକ ବୃଦ୍ଧିି ହେବାରେ ବାଧା ସୃଷ୍ଟି କରୁଛି ଟଚସ୍କ୍ରିନ୍ ଫୋନ୍ ।

– ବାସ୍ତବ ଜୀବନରେ ବନ୍ଧୁତା ନକରି ସୋସିଆଲ ମିଡ଼ିଆରେ ସାହାଯ୍ୟରେ ବନ୍ଧୁ ଖୋଜା ଚାଲିଛି । ଏହି ସବୁ ଅଭ୍ୟାସ କାରଣରୁ ଟଚସ୍କ୍ରିନ ଫୋନ୍ ବ୍ୟବହାର କରୁଥିବା ବ୍ୟକ୍ତି ନିଜ ଉପରେ ସବୁବେଳେ ଅସନ୍ତୁଷ୍ଟ ଥାଆନ୍ତି ।

– ତେବେ ଏହି ଫୋନର ସବଠାରୁ ନକରାତ୍ମକ ଦିଗ ହେଲା ବ୍ୟହାରକାରୀ ଚାହିଁଲେ ମଧ୍ୟ ଏହାର ଅଭ୍ୟାସ ଅତି ସହଜରେ ଛଡ଼ିପାରେ ନାହିଁ ।

– ଟଚସ୍କ୍ରିନ୍ ଫୋନ ଯୋଗୁଁ ଛୋଟ ଛୋଟ ପିଲାଙ୍କ ଆଖି ଉପରେ ପ୍ରଭାବ ପଡ଼େ । ଏକ ରିପୋର୍ଟ ଅନୁସାରେ ଜଣାପଡ଼ିଛିି ୮ରୁ ୧୦ ବର୍ଷ ବୟସ୍କ ପିଲାମାନେ ଅଧିକ ଟଚସ୍କ୍ରିନ ଫୋନ୍ ବ୍ୟବ୍ୟହାର କରୁଛନ୍ତି । ଯଦ୍ୱାରା ସେମାନେ ଛୋଟ ବୟସରୁ ହିଁ ଚିଡ଼ଚିଡ଼ା ବଦରାଗୀ, ମୁହଁଖୋର ହୋଇଯାଉଛନ୍ତି ।