ଚାକିରୀ ଜୀବନରେ ସଫଳତା ପାଇବା ପାଇଁ ଚାହୁଁଛନ୍ତି କି ? ତେବେ ଜାଣନ୍ତୁ କିପରି ବ୍ୟକ୍ତିକୁ କରିବେ ବିବାହ

31

ଅନେକ ଥର ଆମେ ବହୁତ ପରିଶ୍ରମ କରିବା ସତ୍ୱେ ସେସବୁ ପାଉନାହିଁ, ଯାହା ପାଇଁ ଆମେ ହକଦାର । ଯାହାର କାରଣ ଆମ ଭିତରେ ନିରାଶା ଭାବ ଆସିବାରେ ଲାଗେ । କିନ୍ତୁ ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯଦି ଆପଣ ଚାକରୀ କ୍ଷେତ୍ରରେ ଶୀଘ୍ର ସଫଳତା ପାଇବା ପାଇଁ ଚାହୁଁଛନ୍ତି, ତେବ ଏଥିପାଇଁ ଆପଣଙ୍କ ସାଥୀ ଆପଣଙ୍କୁ ଅଧିକ ସାହାଯ୍ୟ କରିପାରିବେ । ଏହି ସର୍ବେକ୍ଷଣରେ ୫ ବର୍ଷ ପର୍ଯ୍ୟନ୍ତ ୫୦୦୦ ବିବାହିତ ଯୋଡା ଉପରେ ଅଧ୍ୟୟନ କରାଯାଇଥିଲା ।

ଅଧ୍ୟୟନ ସମୟରେ ପ୍ରତିଯୋଗୀକୁ ଅନେକ ମନୋବିଜ୍ଞାନ ପ୍ରଶ୍ନର ଉତ୍ତର ଦେବାକୁ ପଡିଥିଲା । ଏହି ଉତ୍ତର ପରେ ତାଙ୍କର ସ୍କୋର ର ମୂଲ୍ୟାଙ୍କନ ତାଙ୍କର ବ୍ୟୃକ୍ତିତ୍ୱର ପାଞ୍ଚଟି ଲକ୍ଷଣ ଆଧାର ଉପରେ କରାଯାଇଥିଲା । ଏହି ପାଞ୍ଚ ଲକ୍ଷଣ ଥିଲା କି ଲୋକମାନେ ମସ୍ତିଷ୍କରୁ କେତେ ଖୋଲା, କେତେ ବର୍ଭିମୂଖୀ, କେତେ କର୍ତ୍ତବ୍ୟନିଷ୍ଠ, କେତେ ଅନୁଗତ ଓ କେତେ ଦୃଢବିଶ୍ୱାସୀ । ଏହି ଅଧ୍ୟୟନରେ ଜାଣିବାକୁ ଚେଷ୍ଟା ହୋଇଥିଲା କାର୍ଯ୍ୟସ୍ଥଳରେ ଆପଣ ଆଗକୁ ଆଗେଇବା ପାଇଁ ଆପଣଙ୍କ ଜୀବନସାଥୀର କିଛି ପ୍ରଭାବ ପଡୁଛି ନା ନାହିଁ ।

ସର୍ବେକ୍ଷଣ ପରେ ଯାହା ଫଳ ଆସିଥିଲା, ତାହା ବହୁତ ଆଶ୍ଚର୍ଯ୍ୟକର ଥିଲା । ଏହି ସର୍ବେକ୍ଷଣରୁ ଦେଖାଗଲା ଯେଉଁ ବ୍ୟକ୍ତିର ଜୀବନସାଥୀ କର୍ତ୍ତବ୍ୟନିଷ୍ଠ ଓ ନିଷ୍ଠାପର, ସେ ନିଜର ଚାକିରୀରେ ବେତନ ବୃଦ୍ଧି ଓ ପଦନ୍ନୋତିରେ ବହୁତ ସନ୍ତୁଷ୍ଟ ଥାଆନ୍ତି । ଏହାସହ କାର୍ଯ୍ୟସ୍ଥଳରେ ତାଙ୍କର ପଦନ୍ନୋତିର ସମ୍ଭାବନା ଅଧିକ ବଢିଯାଏ । ଏହି ସର୍ବେକ୍ଷଣର ରିପୋର୍ଟ ଜାଣିବା ପରେ ଆପଣ ନିଶ୍ଚୟ ଜାଣିପାରୁଥିବବେ କି ଆପଣ ମଧ୍ୟ ସଫଳତା ପାଇବା ପାଇଁ ଆପଣଙ୍କୁ କମେତି ଜୀବନସାଥୀ ଦରକାର ।