ପ୍ଲାଷ୍ଟିକ ବୋତଲ ଜମା କଲେ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ଟଙ୍କା ! ଆସନ୍ତୁ ଜାଣିବା କିପରି

88

ସ୍ୱଚ୍ଛତା ତାଲିକାରେ ପଛେଇ ଯିବା ପରେ ନୂଆଦିଲ୍ଲୀ ନଗର ପାଳିକା ପରିଷଦ ଏବେ ସଫେଇ ବ୍ୟବସ୍ଥାକୁ ସୁଧାରିବା ପାଇଁ ଲାଗି ପଡିଛି । ଏଥିପାଇଁ କିଛି ସ୍ଥାନରେ ଏମିତି ଏକ ମେସିନ ଲଗାଯାଇଛି ଯେଉଁଠି ଇ-ବାଲେଟର ସୁବିଧା ରହିଛି । ଏହାର ଅର୍ଥ ହେଲା ପ୍ଲାଷ୍ଟିକ ବୋତଲ ଜମା କରିବା ପରେ ସିଧା ସିଧା ଆପଣଙ୍କ ବ୍ୟାଙ୍କ ଆକାଉଂଟରେ ଟଙ୍କା ଜମା ହୋଇଯିବ ।

ସୂଚନା ଅନୁସାରେ ସେଣ୍ଟ୍ରାଲ ପାର୍କ ଓ ଇଣ୍ଡିଆ ଗେଟ ପରିଷରରେ ଏପରି ୨ ଟି ମେସିନ ଲାଗିଛି । ଏହି ଦୁଇ ମେସିିନରେ ପ୍ଲାଷ୍ଟିିକ ବୋତଲ ପକାଇବା ପରେ ହୋଟେଲ,ରେସ୍ତୋରାଁରେ ଖାଇବାର ଅଫର କୁପନ, ମୋବାଇଲ ରିଚାର୍ଜ କୁପନ ଓ ଏକ ଟଙ୍କାରୁ ଦଶ ଟଙ୍କା ମଧ୍ୟରେ କ୍ୟାସ ଦିଆଯାଏ । ସ୍ୱଚ୍ଛତା ଅଭିଯାନକୁ ଅଧିକ ଗରୁତ୍ୱ ଦେଇ ଏପରି ଏକ ଅଭିନବ ପଦକ୍ଷେପ ନେଇଥିବା ଜଣାପଡିଛି ।

ସୂତ୍ର ଅନୁସାରେ ଏହି ମେସିନରେ ଥିବା ଇ-ବାଲେଟ ଯୋଗୁଁ ବୋତଲ ଜମା କରିବା ପରେ ଆପଣ ଉପକୃତ ହୋଇପାରିବେ । ଏବେ କୁପନ ପରିବର୍ତ୍ତେ ଆପଣଙ୍କ ବ୍ୟାଙ୍କ ଆକାଉଂଟରେ ଟଙ୍କା ଟ୍ରାନ୍ସଫର କରାଯିବ । ଯେବେ କେହି ବ୍ୟକ୍ତି ଏହି ମେସିନରେ ପ୍ଲାଷ୍ଟିକ ବୋତଲ ପକାଇବ ମେସିନର ସ୍କ୍ରିନରେ ଟଙ୍କା କ୍ୟାସ ଓ ଅନଲାଇନ ଟ୍ରାନ୍ସଫର ସମ୍ମନ୍ଧୀୟ ପ୍ରଶ୍ନ ପଚରାଯିବ ।

ଯଦି ଆପଣ ଚାହିଁବେ ତେବ ନିଜର କ୍ରେଡିଟ କାର୍ଡ ଓ ଖାତା ସଂଖ୍ୟା ଟାଇପ କରି ଟଙ୍କା ଅନଲାଇନ ଟ୍ରାନ୍ସଫର କରିପାରିବେ । ଏହାସହ ପ୍ରତ୍ୟେକ ମେସନି ସହ ଜଣେ କର୍ମଚାରୀ ଏହାର ଦାୟିତ୍ୱରେ ରହିବେ । ଯଦି ଆପଣ ନଗଦ ଟଙ୍କା ନେବାକୁ ଚାହିଁବେ, ତେବେ ଯେଉଁ କୁପନ ବାହାରିବ ସେଥିରେ ଥିବା ରାଶିକୁୁ ସେଠାରେ ଥିିବା କର୍ମଚାରୀ ଆପଣଙ୍କୁ ଦେଇଦେବେ ।