ଖାଲି ପେଟରେ ଘିଅ ସେବନ କଲେ ମିଳେ ଅନେକ ଲାଭ ! ମୋଟାପଣ ହେବ ଛୁମନ୍ତର

175

ଆଜିକାଲି ଓଜନ ବଢ଼ିବା ଏକ ସାଧାରଣ ସମସ୍ୟା ହୋଇଗଲାଣି । ବିଶୃଙ୍ଖଳ ଜୀବନଶୈଳୀ, ଜଙ୍ଗଫୁଡ଼୍ ଆଦି ଖାଇବା ଦ୍ୱାରା ଓଜନ ବୃଦ୍ଧି ହେଉଛି । ଓଜନ କମାଇବା ପାଇଁ ଲୋକ ଅନେକ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି । କିଏ ଲେମ୍ବୁ ପାଣିର ବ୍ୟବହାର କରେ ତ କିଏ ମହୁର ସାହାଯ୍ୟ ନିଏ । ତେବେ ଅପାଣ ଜାଣି ଆଶ୍ଚର୍ଯ୍ୟ ହେବେ ଘିଅ ଖାଇଲେ କମିବ ଓଜନ । ଅନ୍ୟ ଉପାୟକୁ ଛାଡି ପ୍ରତ୍ୟେକ ଦିନ ଘିଅ ଖାଇବା ଦ୍ୱାରା ଶରୀରକୁ ଅନେକ ଉପକାର ମିଳିଥାଏ ।

 

 

 

 

 

 

 

 

 

 

 

 

ଆୟୁର୍ବେଦ ଅନୁସାରେ ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ଘିଅ ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଏଥିପାଇଁ ପ୍ରତ୍ୟେକ ଦିନ ସକାଳୁ ଏକ ଚାମଚ ଘିଅକୁ ଏକ ଗ୍ଲାସ ଗରମ ପାଣି ସହ ପିଅନ୍ତୁ । ଏହାପରେ ୩୦ ମିନିଟ ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ । ଏହି ଉପାୟ କରିବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ । ଆସନ୍ତୁ ଜାଣିବା ଘିଅ ଖାଇବାର ଅନେକ ଉପକାର ବିଷୟରେ ।

ତ୍ୱଚାରେ ଚମକ ଆଣିଥାଏ – ଘିଅ ଆପଣଙ୍କ ତ୍ୱଚାରେ ନ୍ୟାଚୁରାଲ ଗ୍ଲୋ ଆଣିବା ସହ ସ୍କ୍ରିନର ମଧ୍ୟ ଧ୍ୟାନ ରଖିଥାଏ । ଘିଅ ଶୁଷ୍କ ତ୍ୱଚାକୁ ମଇଶ୍ଚରାଇଜ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ଛଡା ଘିଅ ଚର୍ମରୋଗକୁ ଭିତରୁ ଭଲ କରିଥାଏ ।

ଆଣ୍ଠୁ ଗଣ୍ଠି ସମସ୍ୟାରୁ ମୁକ୍ତି ଦେଇଥାଏ – ଆଣ୍ଠୁ ଗଣ୍ଠି ସମସ୍ୟା ଓ ଗଣ୍ଠିବାତ ପରି ସମସ୍ୟାକୁ ଦୂର କରବାରେ ଘିଅ ସାହାଯ୍ୟ କରିଥାଏ । ଘିଅରେ ଥିବା ଓମେଗା-୩ ଫ୍ୟାଟୀ ଏସିଡ୍ ହାଡକୁ ସୁସ୍ଥ ରଖିବା ସହ ଅଷ୍ଟିଓପୋରୋସିସ ପରି ରୋଗଠାରୁ ଦୂରେଇ ରଖିଥାଏ ।

ମୋଟାପଣ – ଘିଅ ଓଜନ ହ୍ରାସ କରାବାରେ ମଧ୍ୟ ସାହାଯ୍ୟ କରିଥାଏ । କିନ୍ତୁ ଲୋକମାନଙ୍କର ଏହା ଭୁଲ ଧାରଣା ଘିଅ ଓଜନ ବଢାଇ ଥାଏ । ପ୍ରତ୍ୟେକ ଦିନ ସକାଳେ ୫-୧୦ ମିଲିଲିଟର ଘିଅ ଖାଲି ପେଟରେ ଖାଆନ୍ତୁ, ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିବା ସହିତ ଆପଣଙ୍କ ପାଚନ ତନ୍ତ୍ରକୁ ମଧ୍ୟ ସୁସ୍ଥ ରଖିଥାଏ ।

କେଶ ଝଡିବା – ଯଦି ଆପଣ କେଶ ଝଡିବା ପାଇଁ ଚିନ୍ତିତ ଅଛନ୍ତି ତେବେ ପ୍ରତ୍ୟେକ ଦିନ ସକାଳେ ଖାଲିପେଟରେ ଘିଅ ଖାଆନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ କେଶ ସୁସ୍ଥ ହେବାସହ କେଶକୁ ପୋଷଣ ମଧ୍ୟ ମିଳିଥାଏ । ଏହା ଫଳରେ କେଶ କୋମଳ ହେବା ସହ କେଶ ଝଡିବା ବନ୍ଦ ହୋଇଥାଏ ।