ହିନ୍ଦୀରେ ‘ବାହୁବଳୀ’ ବନିଲେ, ପ୍ରଭାସଙ୍କ ‘ଦେବସେନା’ ହେବେ ଦୀପିକା ପାଦୁକୋଣ । ନିର୍ଦ୍ଦେଶକ ରାଜାମୌଲୀ କଲେ ଘୋଷଣା

267

ନିର୍ଦ୍ଦେଶକ ଏସ. ରାଜାମୌଲୀଙ୍କ ସିନେମା ‘ବାହୁବଳୀ’ ବକ୍ସ ଅଫିସରେ ତ ଧମାଲ କଲା ହିଁ ଏହା ବ୍ୟତୀତ କରନ୍ ଜୋହରଙ୍କ ଚାଟ୍ ଶୋରେ ଫିଲ୍ମର ମୁଖ୍ୟ ଅଭିନେତା ଓ ନିର୍ଦ୍ଦେଶକ ଉପସ୍ଥିତ ରହି ଶୋ’ କୁ ଜବରଦସ୍ତ କରିଦେଲେ । କରନଙ୍କ ଶୋ’ରେ ରାଜମୌଲୀ, ପ୍ରଭାସ ଓ ରାଣା ଦଗୁବତୀ ଅତିଥି ହୋଇ ପହଂଚିଥିଲେ । ଏମିତିରେ ନିର୍ଦ୍ଦେଶକ ରାଜାମୌଲୀ ନିଜର ମନର ଅନେକ ରହସ୍ୟ ଖୋଲିଲେ । ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା କି ଯଦି ବାହୁବଳୀ ହିନ୍ଦୀରେ ନିର୍ମାଣ ହୋଇଥାନ୍ତା ତେବେ ଆପଣ ବଲିଉଡର କେଉଁ ଅଭିନେତାଙ୍କୁ ନେଇଥାନ୍ତେ ? କରନଙ୍କ ଏହି ପ୍ରଶ୍ନର ଉତ୍ତରରେ ସେ ସ୍ପଷ୍ଟ କରିଦେଲେ କି, ଏହି ଫିଲ୍ମରେ କୌଣସି ପରିବର୍ତ୍ତନ ବୋଧ ହୁଏ କରିବାକୁ ଚାହାଁନ୍ତିନି, କିନ୍ତୁ ତାଙ୍କର ଦେବସେନା ନିଶ୍ଚିତ ଦୀପିକା ପାଦୁକୋଣ ହୋଇଥାନ୍ତେ ।

କରନ୍ ରାଜାମୌଲୀଙ୍କୁ ପ୍ରଶ୍ନ କଲେ କି, ଯଦି ଏହି ଫିଲ୍ମ ହିନ୍ଦୀରେ ହୋଇଥାଆନ୍ତା, ତେବେ ପ୍ରଭାସ ଓ ରାଣାଙ୍କ ସ୍ଥାନରେ ସେ କାହାକୁ ନେଇଥାନ୍ତେ । ଏଥିରେ ସେ କହିଲେ କି, କାହାକୁ ବି ନୁହେଁ । କିନ୍ତୁ ଯେତେବେଳେ ଦେବସେନାଙ୍କ ଭୂମିକା ଉପରେ ଆସିଲା, ତେବେ ସେ ବଲିଉଡର ଦୀପିକା ପାଦୁକୋଣଙ୍କୁ ବାଛିଥାଆନ୍ତେ ବୋଲି କହିଲେ । ପ୍ରଭାସ ଓ ରାଣା ଉଭୟ ସୁନ୍ଦରୀ ଅଭିନେତ୍ରୀରେ ଦୀପିକାଙ୍କ ନାଁ ନେଲେ ।

Comments are closed.