ସରିଲା ଦଶହରା, ଏବେ ମେଲାଣୀର ବେଳ । ୫ ଦିନ ଧରି ଧରାପୃଷ୍ଠରେ ପୂଜାପାଇବା ପରେ ପୂଜାମଣ୍ଡପରୁ ବିଦାୟ ନେଉଛନ୍ତି ଦେବୀ ଦୁର୍ଗା

37

କନକ ବ୍ୟୁରୋ: ସରି ଯାଇଛି ଦଶହରା । ଏବେ ମେଲାଣୀ ବେଳ । ୫ ଦିନ ଧରି ଧରାପୃଷ୍ଠରେ ପୂଜାର୍ଚ୍ଚନା ପରେ ପୂଜାମଣ୍ଡପରୁ ବିଦାୟ ନେଉଛନ୍ତି ମାଆ । ସମଗ୍ର ରାଜ୍ୟରେ ଦେବୀ ଦୁର୍ଗାଙ୍କ ଭସାଣ ଉତ୍ସବ ଜାରି ରହିଛି । ରାବଣ ପୋଡି ଉତ୍ସବ ସରିବା ପରେ ଦେବୀ ଦୁର୍ଗାଙ୍କୁ ମେଲାଣି ଦିଆଯାଉଛି ।

କଟକରେ ମାଆଙ୍କ ଭସାଣୀ ଉତ୍ସବ ଜାରି ରହିଛି । ଘଂଟ ବାଦ୍ୟଯନ୍ତ୍ର ବିରାଟ ଶୋଭାଯାତ୍ରାରେ ମାଆଙ୍କୁ ମେଲାଣି ଦିଆଯାଉଛି । ଗୋଟିଏ ପରେ ଗୋଟିଏ ମେଢ ବିଭିନ୍ନ ସାହିରୁ ବାହାରି ଦେବୀଗଡା ମୁହାଁ ହୋଇଛି । ଦୁଃଖର ସହ ଦେବୀଙ୍କୁ ମେଲାଣୀ ଦେଉଛନ୍ତି କଟକବାସୀନ୍ଦା । ସେହିପରି ରାଜଧାନୀରେ ମଧ୍ୟ ଆଜି ମାଆଙ୍କୁ ବିଦାୟ ଦିଆଯାଉଛି ।

ଟ୍ୱିନ ସିଟିରେ ଭସାଣକୁ ନେଇ ପୁଲିସ ପ୍ରଶାସନ ତରଫରୁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । କଟକରେ ଆଜି ବସର୍ଜନ ଉତ୍ସବରେ ପୁଲିସ ସଜାଗ ରହିଛି । ଆସନ୍ତାକାଲି ଭୋର ସୁଦ୍ଧା ଶାନ୍ତିଶୃଙ୍ଖଳାର ସହ ମେଢ ଭସାଣୀ ଶେଷ ହେବ ବୋଲି ଆଶା ରଖିଛନ୍ତି ପୁଲିସ କମିସନର । ସୁରକ୍ଷା ଦୃଷ୍ଟିରୁ କଟକରେ ୬୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବେଳେ ଭୁବନେଶ୍ୱରର ଉପରେ ନଜର ରଖିଛନ୍ତି ୩୮ ପ୍ଲାଟୁନ୍ ଫୋର୍ସ ।