ଏହି ବ୍ୟାଙ୍କରେ ନାହିଁ ତ ଆପଣଙ୍କ ଖାତା ! ଯଦି ହଁ ତେବେ ଶୀଘ୍ର ବଦଳାନ୍ତୁ ଚେକବୁକ୍ ଏବଂ ପାସବୁକ୍ ,ସମସ୍ୟାରେ ପଡିପାରନ୍ତି ।

347

ବେସରକାରୀ ଆଇଡିଏଫସି ବ୍ୟାଙ୍କ ଏବଂ ନନ୍ ବ୍ୟାଙ୍କିଙ୍ଗ୍ ଫାଇନାନସିଆଲ୍ କମ୍ପାନୀ (ଘଈୠଉ) ରେ କ୍ୟାପିଟାଲ୍ ଫାଷ୍ଟ୍ ର ଆରମ୍ଭ ହୋଇସାରିଛି । ଯାହାର ପାଖାପାଖି ୫୦ ଲକ୍ଷ ଗ୍ରାହକ ହୋଇଥାଇ ପାରନ୍ତି । ଆଇଡିଏଫସି ବ୍ୟାଙ୍କର ନୂଆ ନାଁ ଆଇଡିଏଫସି ଫାଷ୍ଟ୍ । ଏହି ବିଳୟରେ ଆଇଡିଏଫସିକୁ ଫାଇଦା ହେବ ଯେଉଁଥିରେ ବ୍ୟାଙ୍କ୍ ନିଜ ସଂପତ୍ତିକୁ ଅଧିକ ବଢାଇପାରିବ । ବି.ବୈଦ୍ୟନାଥନ୍ ଏହି ବ୍ୟାଙ୍କର ଏମଡି ତଥା ସିଇଓ ରହିବେ । ଆରବିଆଇ ତରଫରୁ ଏଥିପାଇଁ ମଞ୍ଜୁରୀ ମିଳିସାରିଛି । ଆପଣଙ୍କୁ କହିରଖୁଛୁ ଗ୍ରାମାଞ୍ଚଳରେ ଏହି ବ୍ୟାଙ୍କର ୧୦୦ ଟି ଶାଖା ରହିଛି । ବର୍ତ୍ତମାନ ସମୟରେ ବ୍ୟାଙ୍କର ମୋଟ ୨୦୦ ଟି ଶାଖା ରହିଛି ।

ଗ୍ରାହକଙ୍କ ଉପରେ ଏହାର ପ୍ରଭାବ କ’ଣ ପଡିବ ?

ଏଭଳି ସମୟରେ ବ୍ୟାଙ୍କ ଚେକବୁକ୍ ବଦଳାଇ ଦେଉଥିବାରୁ ଏଥିରେ ଗ୍ରାହକଙ୍କ ଉପରେ ସେତେଟା ପ୍ରଭାବ ପଡିବ ନାହିଁ । ଗ୍ରାହକଙ୍କ ପାସବୁକ୍ ,ଚେକବୁକ୍ ବଦଳାଇବା ପାଇଁ ଅଧିକ ସମୟ ଦିଆଯିବ । ବ୍ୟାଙ୍କ ଏହାର ବିବରଣୀ ଏସଏମଏସ୍ ,ଇମେଲ୍ ତଥା ଫୋନ୍ ମାଧ୍ୟମରେ ସୂଚିତ କରିବେ ।

ନିବେଶକଙ୍କୁ କ’ଣ ମିଳିିବ ?

ଆଇଡିଏଫସି ବ୍ୟାଙ୍କ ଏବଂ କ୍ୟାପିଟାଲ୍ ଫାଷ୍ଟ୍ କୁ ମଞ୍ଜୁରୀ ମିଳିସାରିିଛି । ଏହାକୁ ନଜରରେ ରଖି କ୍ୟାପିଟାଲ୍ ଫାଷ୍ଟ୍ କୁ ୧୦ ଶେୟର୍ ମିଳୁଥିବା ବେଳେ ଆଇଡିଏଫସି ବ୍ୟାଙ୍କକୁ ୧୩୯ ଶେୟର୍ ମିଳିବ ।

କାହାକୁ ମିଳିବ ଫାଇଦା ?

ଏହି ଡିଲରେ ଆଇଡିଏଫସି ବ୍ୟାଙ୍କ ମୁଖ୍ୟଙ୍କ ପାଇଁ ଏହା ଏକ ବଡ ସଫଳତା । ୨୦୧୪ ମସିହାରେ ବ୍ୟାଙ୍କର ଲାଇସେନ୍ସ କରିଥିବା ରାଜୀବ ଲାଲଙ୍କ ହାଉସିଙ୍ଗ୍ ଫାଇନାନ୍ସ ବିଜନେସ୍ ରେ ଫାଇଦା ମିଳିବ ।