ରାଜଧାନୀରେ ଗାଈଗୋରୁଙ୍କୁ ଗଣିବା ପାଇଁ ବିଏମସିର ନୋଳିକରଣ ଯୋଜନା ! କାନରେ ଲାଗିଲା ଟ୍ୟାଗ, ଜଣାପଡିବ ମାଲିକ କିଏ ?

ବିଶ୍ୱକପ ହକିକୁ ଦୃଷ୍ଟିରେ ରଖି ଯୋଜନା ଆରମ୍ଭ

62

କନକ ବ୍ୟୁରୋ : ଗାଈଗୋରୁଙ୍କ ପାଇଁ ପରିଚୟପତ୍ର । ମାତ୍ର ଗାଈଗୋରୁଙ୍କୁ ଗଣିବା ଓ ସେମାନଙ୍କ ସଂପର୍କରେ ଅଧିକ ତଥ୍ୟ ରଖିବା ପାଇଁ ଭୁବନେଶ୍ୱର ପୌରପାଳିକା ଏବେ ଟ୍ୟାଗିଂ ବା ନୋଳିକରଣ ଯୋଜନା ଆରମ୍ଭ କରିଛି । ଏହି ପ୍ଲାଷ୍ଟିକ୍ ନୋଳି ବା ଟ୍ୟାଗ୍ରେ ଗାଈଗୋରୁ ଓ ଷଣ୍ଢଙ୍କ ସଂପର୍କରେ ସମସ୍ତ ତଥ୍ୟ ରହିବ । ଏଥିରୁ ଗାଈର ମାଲିକ କିଏ ତାହା ଜଣାପଡ଼ିଯିବ । ଏଥସହିତ ରାଜଧାନୀବାସୀଙ୍କୁ ବୁଲାଗାଈଗୋରୁଙ୍କ ଦାଉରୁ ରକ୍ଷା ମିଳିବ ।

ବିଶେଷକରି ନଭେମ୍ବର ୨୮ରୁ ହକି ବିଶ୍ୱକପ୍ ଆରମ୍ଭ ହେଉଥିବାବେଳେ ଏବେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ପାଖ ଅଂଳରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଯୋଜନାକୁ ଉଦ୍ଘାଟନ କରିଛନ୍ତି । କାନ ନୋଳିକରଣ କଲା ପରେ ଯଦି କୌଣସି ଗାଇଗୋରୁ ରାସ୍ତାରେ ବୁଲୁଥିବା ଅବସ୍ଥାରେ ଧରାପଡ଼ନ୍ତି ତେବେ ସଂପୃକ୍ତ ମାଲିକଙ୍କଠାରୁ ୧୦୦୦ ଟଙ୍କା ଜୋରିମାନା ଆଦାୟ କରାଯିବ । କାନ ନୋଳିକରଣ ହୋଇନଥିଲେ ସଂପୃକ୍ତ ମାଲିକଙ୍କଠାରୁ ୧୫୦୦ ଟଙ୍କା ଆଦାୟ କରାଯିବ । ଗୃହପାଳିତ ଗାଈଗୋରୁଙ୍କ ମାଲିକମାନେ ଏ ନେଇ ପ୍ରାଣୀଧନ ଚିକିତ୍ସିକଙ୍କ ସହ ଯୋଗାଯୋଗ କରିପାରିବେ ବୋଲି କହିଛନ୍ତି ଭୁବନେଶ୍ୱର ଏସ୍ଡିଭିଓ ଡ. ହରେକୃଷ୍ଣ ସାହୁ ।