ଅନଲାଇନରୁ ଫେକ୍ ଫଟୋର ସତ୍ୟତା ଜାଣିବା ପାଇଁ ଏଭଳି ଉପାୟ ଆପଣାନ୍ତୁ !

44

ଡିଜିଟାଲ୍ ମିଡିଆର ବହୁଳ ପ୍ରସାର ହେବା ପରେ ଅନେକ ଫଟୋ ଏବଂ ଭିଡିଓର ସତ୍ୟତାକୁ ପରଖିବା କାଠିକର ପାଠ ହୋଇଗଲାଣି । ଦିନକୁ ଦିନ ଏହି ପ୍ରକ୍ରିୟା କମୁନଥିବା ବେଳେ କିଛି ୟୁଜର୍ସ ମଧ୍ୟ ଏହାକୁ ସତ ମାନି ବସୁଛନ୍ତି । ଯାହା ଫଳରେ କିଛି ଅସାମାଜିକ ଲୋକ ୟୁଜର୍ସଙ୍କୁ ବୋକା କରିବାରେ ସଫଳ ହୋଇଯାଆନ୍ତି । କିନ୍ତୁ ଆପଣ ସାମାନ୍ୟ ପ୍ରକ୍ରିୟା ଆପଣାଇ ଏଭଳି ଫେକ୍ ଫଟୋର ମୂଳ ପର୍ଯ୍ୟନ୍ତ ଯାଇପାରିବେ । ତେବେ ଆସନ୍ତୁ ନଜର ପକାଇବା ଏଭଳି କିଛି ପ୍ରକ୍ରିୟା ଉପରେ । ୧. ଫଟୋ କ୍ୱାଲିଟି ଟେଷ୍ଟ୍ : ସତ ଫଟୋକୁ ଅଧିକ ଅତିରଞ୍ଚିତ କଲେ ଏହାର କ୍ୱାଲିଟି କମିଯାଏ । ଯଦି ଆପଣଙ୍କୁ କୌଣସି ଫଟୋ ଉପରେ ସନ୍ଦେହ ହେଉଛି ତେବେ ଏହାର କ୍ୱାଲିଟି ଚେକ୍ କରନ୍ତୁ । ଭଲ କ୍ୱାଲିଟିର ଫଟୋକୁ ଆପଣ ଗୁଗୁଲ କିମ୍ବା ଟିନ୍ ଆଏ ଜରିଆରେ ଖୋଜିପାରିବେ ।
୨. ଫଟୋ ଫରେନ୍ସିକ୍ : ଏହା ଏକ ଏଭଳି ୱେବସାଇଟ୍ ଯାହା ଏଡିଟିଙ୍ଗ୍ ଫଟୋକୁ ଧରିବାରେ ଆପଣଙ୍କୁ ସାହାଯ୍ୟ କରିବ । ୩. ଇମେଜ୍ ଓପସ୍ : ଏହି ଟୁଲର ବ୍ୟବହାର ଅନଲାଇନ୍ କରାଯାଏ । ଇମେଜର ୟୁଆରଏଲକୁ ପେଷ୍ଟ କରନ୍ତୁ ଏବଂ ଟୁଲ୍ ଆପଣଙ୍କୁ ହିଡନ୍ ଡାଟା,ଏଡିଟ୍ ସଫ୍ଟୱେର,ଆନିମେଟେଡ୍ ଜିଫସ୍ ,ଇଫେକ୍ଟ ଏବଂ ଅନ୍ୟ ଜାନକାରୀ ଦେଇଥାଏ ।
୪. ରିଭର୍ସ ସର୍ଚ୍ଚ ଇଞ୍ଜିନ୍ : ଏଥିପାଇଁ ଆପଣଙ୍କୁ ଗୁଗୁଲ ଇମେଜରେ ଯାଇ ଫଟୋକୁ ଡ୍ରପ୍ କରିବାକୁ ହେବ । ଏଠାରେ ଇମେଜ୍ ଫଛରେ ଥିବା ସତ ଆପଣଙ୍କ ସାମ୍ମାକୁ ଆସିଯିବ ।