ବାଲେଶ୍ୱର ଜିଲ୍ଲାର ଆଦର୍ଶ ବିଦ୍ୟାଳୟ ! ସ୍ୱଚ୍ଛତାରେ ୩ହଜାର ସ୍କୁଲକୁ ପଛରେ ପକାଇ ଅଧିକାର କରିଛି ପ୍ରଥମ ସ୍ଥାନ ।

ବାଲେଶ୍ୱର ଜିଲ୍ଲା ବାଲିଆପଡା ବ୍ଲକ ସାଉଡିଚକ ପ୍ରାଥମିକ ବିଦ୍ୟାଳୟ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଇ ଜିଲ୍ଲାର ଏକ ନମ୍ବର ସ୍କୁଲ ଭାବେ ବିବେଚିତ ହେବାକୁ ଯାଉଛି ।

95

କନକ ବ୍ୟୁରୋ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସ୍ୱପ୍ନ ‘ସ୍ୱଚ୍ଛ ଭାରତ ସୁସ୍ଥ ଭାରତ’ ଗଢିତୋଳିବାରେ ସାଥ ଦେଇଛନ୍ତି ଛାତ୍ରଛାତ୍ରୀ । ବାଲେଶ୍ୱର ଜିଲ୍ଲା ବାଲିଆପଡା ବ୍ଲକ ସାଉଡିଚକ ପ୍ରାଥମିକ ବିଦ୍ୟାଳୟ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେଇ ଜିଲ୍ଲାର ଏକ ନମ୍ବର ସ୍କୁଲ ଭାବେ ବିବେଚିତ ହେବାକୁ ଯାଉଛି । ଆସନ୍ତା ମାସ ୧୪ ତାରିଖ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଦ୍ୱାରା ପୁରଷ୍କୃତ ହେବାକୁ ଯାଉଛି ।

ସୂଚନା ଅନୁଯାୟୀ, ବାଲିଆପାଳ ବ୍ଲକର ସାଉଡିଚକ ପ୍ରଥମିକ ବିଦ୍ୟାଳୟ ୧୯୯୯ ମସିହାରେ ସ୍ଥାପିତ ହୋଇଥିଲା । ସ୍ଥାପିତ ହେବା ଦିନ ଠାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱଚ୍ଛତା ପ୍ରତି ସବୁବେଳେ ଧ୍ୟାନ ଦେଇ ଆସିଛନ୍ତି । ବିଦ୍ୟାଳୟ ଖୋଲିବାର ଏକ ଘଣ୍ଟା ପୂର୍ବରୁ ସ୍କୁଲକୁ ଆସି କିଭଳି ସ୍କୁଲକୁ ପରିଷ୍କାର ରଖାଯିବ ସେ ନେଇ ଅନ୍ୟ ସହକର୍ମିଙ୍କ ସହ ଆଲୋଚନା କରିନ୍ତି । ଏବଂ ସଫେଇ କାର୍ଯ୍ୟରେ ନିଜେ ମଧ୍ୟ ସାମିଲ ହୁଅନ୍ତି ।

ତେବେ ପୂର୍ବରୁ ଟାଟାଟ୍ରଷ୍ଟ, ଭାରତ ଜ୍ଞାନ ବିଜ୍ଞାନ ସସ୍ଥା ଏବଂ ୟୁନିସେଫ ପକ୍ଷରୁ ବାଲେଶ୍ୱର ଜିଲ୍ଲାରେ ୩ହଜାର ସ୍କୁଲକୁ ନେଇ ଏକ ସର୍ଭେ କରାଯାଇଥିଲା । ଏହି ସର୍ଭେ ରିପୋର୍ଟ ଆସିବା ପରେ ସମସ୍ତ ସ୍କୁଲକୁ ପଛରେ ପକାଇ ସାଉଡିଚକ ପ୍ରାଥମିକ ବିଦ୍ୟାଳୟ ପ୍ରଥମ ହୋଇଛି ବୋଲି ଜଣା ପଡିଛି । ତେବେ ଆସନ୍ତା ମାସ ୧୪ ତାରିଖରେ ଏହି ପ୍ରଥମିକ ସ୍କୁଲ ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ହେବାକୁ ଯାଉଛି ବୋଲି ସୂଚନାରୁ ଜଣା ପଡିଛି ।