ରିଲାଏନ୍ସ ଜିଓ, ଭୋଡାଫୋନ୍ ଓ ଏୟାରଟେଲକୁ ଟକ୍କର ଦେବାକୁ ଅଣ୍ଟା ଭିଡିଛି ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ଆଇଡିଆ ସେଲୁଲାର୍ । ଗ୍ରାହକଙ୍କ ଚାହିଦାକୁ ଆଖି ଆଗରେ ନୂଆ ବର୍ଷରେ ଆଣିଦେଇଛି ନୂଆ ଅଫର୍ । ଏହି ଅଫର୍ କେବଳ ପ୍ରିପେଡ୍ ୪ଜି ଗ୍ରାହକଙ୍କ ପାଇଁ । ୩୪୮ ଟଙ୍କା ରିଚାର୍ଜ କଲେ ମିଳିବ ମାଗଣା ଅନଲିମିଟେଡ୍ ଭଏସ୍ କଲିଂ ସହିତ ଏସଏମଏସ୍ ଓ ୧ ଜିବି ଡାଟା  ।

ଏହା ସହ ନୂଆ ୪ଜି ସ୍ମାର୍ଟଫୋନରେ ଏହି ପ୍ୟାକ୍ ସହ ରିଚାର୍ଜ କଲେ ଉପରୋକ୍ତ ସୁବିଧା ସହ ମିଳିବ ଅତିରିକ୍ତ ୩ଜିବି ଡାଟା । ଏହି ପ୍ଲାନର ବୈଧତା ରହିଛି ୨୮ ଦିନ । ତେବେ ଜଣେ ଗ୍ରାହକ ଏହି ପ୍ୟାକ୍ ଗୋଟିଏ ବର୍ଷ ମଧ୍ୟରେ ମାତ୍ର ୧୩ଥର ରିଚାର୍ଜ କରିପାରିବେ ।

Comments

comments