ସାମ୍ନାକୁ ଆସିଲା ରାଜଧାନୀରେ ଟେଣ୍ଡର ପାଇଁ ମାଫିଆ ରାଜ୍ : ଧମକ୍ ସତ୍ୱେ ଟେଣ୍ଡର ପକାଇବାରୁ ହଣା ଖାଇଲେ ଠିକାଦାର

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସାମ୍ନାକୁ ଆସିଲା ରାଜଧାନୀରେ ଟେଣ୍ଡର ପାଇଁ ମାଫିଆ ରାଜ୍ । ଧମକ୍ ସତ୍ୱେ ଟେଣ୍ଡର ପକାଇବାରୁ ହଣା ଖାଇଲେ ଠିକାଦାର । ୪ କୋଟିର ଟେଣ୍ଡର ପାଇଁ ଠିକାଦାରଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି । ଏଥିରେ ଗୁରୁତର ଆହତ ହୋଇଛନ୍ତି କଂଟ୍ରାକ୍ଟର ନଳିନୀକାନ୍ତ ସ୍ୱାଇଁ ।

ନଳିନୀ ଥାନାରେ କରିଥିବା ଅଭିଯୋଗ ଅନୁସାରେ ତାଙ୍କୁ ଲଲାଟ କେଶରୀ ଜେନା ନାମକ ଜଣେ କଂଟ୍ରାକ୍ଟର ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି । ରାଜଧାନୀରେ ଥିବା କଳିଙ୍ଗ ଷ୍ଟାଡିୟମ ପାଇଁ ୪ କୋଟିର ଟେଣ୍ଡର କାମ ବାହାରିଥିଲା । ୪ କୋଟି ଟଙ୍କାର କାମ ପାଇଁ ଟେଣ୍ଡର ପକାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଟେଣ୍ଡର ପ୍ରକ୍ରିୟାରେ ଗୋଟି ପଟେ ନଳିନୀ ଓ ଅନ୍ୟପଟରେ ଲଲାଟକେଶରୀ ଆବେଦନ କରିଥିଲେ । ହେଲେ ଲଲାଟ ଚାହୁଁଥିବା ଏହି ଟେଣ୍ଡର ବିରୋଧରେ ନଳିନୀ ହସ୍ତକ୍ଷେପ କରିବାରୁ ଇଡକୋ ଅଫିସ ଭିତରେ ଲଲାଟ, ନଳିନୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।
ଥାନାରେ ଏତାଲା ପରେ, କଂଟ୍ରାକ୍ଟର ଲଲାଟ କେଶରୀ ଜେନା ଓ ତାଙ୍କର କିଛି ସହେଯାଗୀଙ୍କୁ ସହିଦନଗର ଥାନା ପୁଲିସ ଅଟକ ରଖି ପଚରା ଉଚରା କରୁଛି । ପୁରା ଘଟଣାକ୍ରମ ଜାଣିବା ପାଇଁ ପୁଲିସ ଇଡକୋ ଅଫିସରେ ପଂହଚି ପଚରା ଉଚରା ଆରମ୍ଭ କରିଛି ।