ଆଜି ପବିତ୍ର ଇଦ୍-ଉଲ-ଜୁହା

59

କନକ ବ୍ୟୁରୋ: ଆଜି ଇସଲାମ୍ ଧର୍ମର ପବିତ୍ର ଇଦ୍-ଉଲ-ଜୁହା । ଦେଶର ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ କରିଛନ୍ତି ମୁସଲିମ୍ ସଂପ୍ରଦାୟର ଲୋକେ । ଏକାଠି ନମାଜ ପାଠ କରିବା ପରେ ପରସ୍ପରକୁ ଇଦ୍ ମୁବାରକ ଜଣାଇଛନ୍ତି ସମସ୍ତେ । ଆଜିର ଦିନକୁ ଇସଲାମ୍ ଧର୍ମରେ ବଳିଦାନର ଦିନ ବୋଲି କୁହାଯାଏ । ଏହାକୁ ମଧ୍ୟ ବକ୍ରି ଇଦ୍ ବୋଲି କୁହାଯାଇଥାଏ । ରାଜ୍ୟର ବିଭିନ୍ନ ମସଜିଦରେ ମଧ୍ୟ ସକାଳୁ ସକାଳୁ ସମୂହ ନମାଜ ପାଠ ପରେ ପରସ୍ପରକୁ ଇଦ୍ ଶୁଭେଚ୍ଛା ଜଣାଇଛନ୍ତି ମୁସଲିମ୍ ସଂପ୍ରଦାୟର ଲୋକେ ।