ଧ୍ୱନୀ ପ୍ରଦୂଷଣ ପାଇଁ ମସଜିଦ୍ ଦାୟୀ । ଆଇସିଏସଇର ବିଜ୍ଞାନ ବହିରେ ଥିବା ଏପରି ତଥ୍ୟକୁ ନେଇ ବିବାଦ

33

କନକ ବ୍ୟୁରୋ: ଧ୍ୱନୀ ପ୍ରଦୂଷଣ ପାଇଁ ମସଜିଦ୍ ଦାୟୀ । ଏପରି ତଥ୍ୟ ଥିବା ଆଇସିଏସଇର ପୁସ୍ତକକୁ ନେଇ ଏବେ ଦେଶରେ ନୂଆ ବିବାଦ ସୃଷ୍ଟି ହୋଇଛି । ଷଷ୍ଠ ଶ୍ରେଣୀରେ ପଢାଯାଉଥିବା ପୁସ୍ତକର ଏକ ଚିତ୍ରରେ ଧ୍ୱନୀ ପ୍ରଦୂଷଣର ସ୍ରୋତ ଭାବେ ମସଜିଦର ଚିତ୍ର ରହିଛି । ପାଠ୍ୟପୁସ୍ତକରେ ଥିବା ଏହି ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ଷଷ୍ଠ ଶ୍ରେଣୀର ପଢାଯାଉଥିବା ଆଇସିଏସଇ ବିଜ୍ଞାନ ବହିରେ ଧ୍ୱନୀ ପ୍ରଦୂଷଣ ଓ ଏହାର କାରଣକୁ ନେଇ ଏକ ବିଷୟ ରହିଛି । ଲୋକେ ସୋସିଆଲ ମିଡିଆରେ ପୁସ୍ତକ ପ୍ରକାଶକ କ୍ଷମା ମାଗନ୍ତୁ ବୋଲି ଦାବି କରିବା ସହ ଚଳିତ ସଂସ୍କରଣରୁ ସେହି ଚିତ୍ରକୁ ବାଦ୍ ଦେବାକୁ ଦାବି କରିଛନ୍ତି ।