ଆଉ ରହିବନି ପାସୱାର୍ଡ ଚିନ୍ତା । ୟୁଜର୍ସଙ୍କ ପାଇଁ ନୂଆ ସୁବିଧା ଆଣିଲା ICICI ବ୍ୟାଙ୍କ୍ ।

247

ଅନଲାଇନ୍ ଟ୍ରାଞ୍ଜାକସନ କରୁଥିବା ୟୁଜର୍ସ ଅଧିକାଂଶ ସମୟରେ ପାସୱାର୍ଡ ଭୁଲିଯାଇଥାନ୍ତି । ଏଭଳି ସ୍ଥଳେ ବାରମ୍ବାର ନୂଆ ପାସୱାର୍ଡ ଜେନେରେଟ କରିବାକୁ ପଡିଥାଏ । କିନ୍ତୁ ଏବେ ଆଉ ପାସୱାର୍ଡ ଚିନ୍ତା ରହିବନି । ଖାସକରି ଯେଉଁମାନେ ICICI ବ୍ୟାଙ୍କର ଗ୍ରାହକ ସେମାନଙ୍କ ପାଇଁ ଖୁସିଖବର । କାରଣ ୟୁଜର୍ସଙ୍କ ପାଇଁ ଏକ ନୂଆ ସେବା ଆରମ୍ଭ କରିଛି ICICI ବ୍ୟାଙ୍କ୍ । ପାସୱାର୍ଡ ଭୁଲି ଯାଇଥିଲେ ମଧ୍ୟ ଓଟିପି ଜେନେରେଟ କରି ନେଟ ବ୍ୟାଙ୍କିଂ ଲଗ୍ ଇନ୍ କରିପାରିବେ ୟୁଜର୍ସ । ତେବେ ଏଥିପାଇଁ କଣ କରିବାକୁ ପଡିବ ଥରେ ନଜର ପକାନ୍ତୁ ।

ସର୍ବପ୍ରଥମେ ବ୍ୟାଙ୍କର ୱେବସାଇଟ www.icicibank.com ଖୋଲିବାକୁ ପଡିବ । ଏଥିରେ ଲଗ୍ ଇନ୍ ବିକଳ୍ପରେ କ୍ଲିକ୍ କଲେ ପଞ୍ଜିକୃତ ମୋବାଇଲ ନମ୍ବର ଟାଇପ କରିବାକୁ ବିକଳ୍ପ ଆସିବ । ଏହାପରେ ଓଟିପି ପାଇବା ପାଇଁ ଥିବା ବିକଳ୍ପରେ କ୍ଲିକ କଲେ ପଞ୍ଜିକୃତ ମୋବାଇଲ ନମ୍ବରକୁ ଓଟିପି ଆପଣାଛାଏଁ ଆସିଯିବ । ଏହାପରେ ଓଟିପି ଓ ନିଜ ଡେବିଟ୍ କାର୍ଡର ପିନ୍ ନମ୍ବର ଏଣ୍ଟର କରି ‘Proceed’ ବିକଳ୍ୱ ଉପରେ କ୍ଲିକ କରିବାକୁ ପଡିବ । ଏହାଦ୍ୱାରା ନେଟ୍ ବ୍ୟାଙ୍କିଂ ଲଗ୍ ଇନ୍ ହୋଇଯିବ । ଯାହାଦ୍ୱାରା ଜଣେ ପାସୱାର୍ଡ ଭୁଲି ଯାଇଥିଲେ ମଧ୍ୟ ଓଟିପି ଜରିଆରେ ଆକାଉଣ୍ଟ ଲଗ୍ ଇନ୍ କରିପାରିବ । ଲଗ୍ ଇନ୍ କରିବା ମାତ୍ରେ ଇମେଲ ଓ ମେସେଜ ଜରିଆରେ ୟୁଜର୍ସ ଆଲର୍ଟ ମଧ୍ୟ ହୋଇପାରିବେ ।