ଆଇସିଆଇସିଆଇ ବ୍ୟାଙ୍କର ସ୍ୱତନ୍ତ୍ର ସଂଚୟ ଖାତା ! ଉପକୃତ ହେବେ କର୍ମଜୀବୀ ମହିଳା

103

ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ତରଫରୁ କର୍ମଜୀବୀ ମହିଳାଙ୍କ ପାଇଁ ‘ଆଡଭାଣ୍ଟେଜ୍‌ ଓମେନ୍‌ ଔରା ସେଭିଂ ଆକାଉଣ୍ଟ’ ଉନ୍ମୋଚନ କରାଯାଇଛି । ଏଥିରେ ବ୍ୟାଙ୍କିଙ୍ଗ, ଲାଇଫ୍‌ଷ୍ଟାଇଲ୍‌, ସହଜତା, ନିବେଶ ଓ ଟିକସ ପ୍ଲାନିଂ, ଶିଶୁ ଶିକ୍ଷା ଓ ନିରାପତା ଭଳି ଅନେକ ବୈଶିଷ୍ଟ୍ୟ ରହିଛି । ଏହି କାର୍ଡକୁ ବିଭିନ୍ନ ସ୍ଥାନରେ ବ୍ୟବହାର କଲେ ମାସକୁ ୭୫୦ ଟଙ୍କାର କ୍ୟାସ୍‌ବ୍ୟାକ୍‌ ମିଳିପାରିବ, ଲକର୍‌ ରେଣ୍ଟାଲ, ଗୃହ, ଅଟୋ ଓ ବ୍ୟକ୍ତିଗତ ଋଣ ପ୍ରୋସେସିଂ ଫି’ ଉପରେ ୫୦% ରହାତି ମିଳିବ ।

ଏହା ଜରିଆରେ ଆଇସିଆଇସିଆଇ ବ୍ୟାଙ୍କ ହେଉ କିମ୍ବା ଅନ୍ୟ ଯେକୌଣସି ବ୍ୟାଙ୍କର ଏଟିଏମ୍‌ରେ ଏହାକୁ ଅସୀମିତ ସମୟ ବ୍ୟବହାର କରାଯାଇପାରିବ । ଏହି ଆକାଉଣ୍ଟରେ ବିଭିନ୍ନ ପ୍ରକାର ବୀମା ସୁବିଧା ମିଳିବ । ଏୟାର ଓ ବ୍ୟକ୍ତିଗତ ଦୁର୍ଘଟଣା ବୀମା ବାବଦରେ ଜଥାକ୍ରମେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ୧୦ ଲକ୍ଷ ଟଙ୍କାର ବୀମା ସୁବିଧା ରହିିଛି । ଏହି ଖାତା ଖୋଲିବା ବେଳେ କ୍ୟାନସର୍‌ ସୁରକ୍ଷା ବୀମା ମଧ୍ୟ ନେଇହେବ । କର୍ମଜୀବୀ, ସ୍ୱାବଲମ୍ବୀ, ବୃତିଧାରୀ, ଶିକ୍ଷାବିତ୍‌ ଓ ଘରେ ବ୍ୟବସାୟ କରୁଥିବା ମହିଳାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଆକାଉଂଟ୍‌କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।

ଏହି ଆକାଉଣ୍ଟ ୫ଟି ଭାରିଆଣ୍ଟ୍‌-ରେଗୁଲାର, ସିଲଭର, ଗୋଲ୍ଡ, ମ୍ୟାଗନମ୍‌ ଓ ଟାଇଟାନିୟମ୍‌ରେ ଉପଲବ୍ଧ ହେଉଛି । ବ୍ୟାଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ମ୍ୟାଗନମ୍‌ ଭାରିଆଣ୍ଟକୁ ସେଭିଂ ଖାତା ପାଇଁ ଉନ୍ମୋଚନ କରାଯାଇଛି ।