ବ୍ୟାଙ୍କ ଜରିଆରେ ପଇଠ କରନ୍ତୁ ବିଜୁଳି ଓ ପାଣି ବିଲ୍ ! ମିଳିବ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍

59

ଆଇସିଆଇସିଆଇରେ ଆକାଉଂଟ ଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ଆଇସିଆଇସିଆଇ ବ୍ୟାଙ୍କରେ ଖାତା ଖୋଲିଥିବା ଗ୍ରାହକମାନେ ବିଜୁଳି ଓ ପାଣି ପରି ବିଲ ଜମା କରିବା ପରେ ୫୦୦ ଟଙ୍କାର କ୍ୟାସବ୍ୟାକ ପାଇପାରୁଛନ୍ତି । ବ୍ୟାଙ୍କର ସୂଚନା ଅନୁସାରେ ଏହି ଅଫର ୧୦ ଜାନୁୟାରୀରୁ ଆରମ୍ଭ ହୋଇସାରିଛି । ଏହି ଅଫର ବିଜୁଳି, ପାଣି, ଗ୍ୟାସ୍, ଡିଟିଏଚ୍, ପୋଷ୍ଟପେଡ଼୍, ମୋବାଇଲ ଓ ଲ୍ୟାଣ୍ଡଲାଇନ୍ ଫୋନ୍ ପରି ସୁବିଧା ପାଇଁ ବ୍ୟବହାର କରାଯାଇପାରିବ ।

ବ୍ୟାଙ୍କ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, ଯଦି ଗ୍ରାହକ ନେଟ୍ ବ୍ୟାଙ୍କିଂ କିମ୍ବା ବ୍ୟାଙ୍କର ମୋବାଇଲ ଆପ୍ ଜରିଆରେ ବିଲ୍ ପେମେଣ୍ଟ କରନ୍ତି, ତେବେ ଲଗାତାର ୩ ଥର ବିଲ ଜମା କରବା ପରେ ଗ୍ରାହକଙ୍କୁ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିବ । ତେବେ ଏହି ଅଫର ପାଇଁ ରହିଛି କିଛି ସ୍ୱତନ୍ତ୍ର ନିୟମ ଓ ସର୍ତ୍ତ । ଗ୍ରାହକଙ୍କୁ ସର୍ବପ୍ରଥମେ ଆଇସିଆଇସିଆଇ ବ୍ୟାଙ୍କର ୱେବସାଇଟ୍ ଯାଇ ମୋବାଇଲରେ ଲଗଇନ୍ କରିବା ପାଇଁ ପଡ଼ିବ । ଏହାପରେ ବିଲର ତରଫରୁ ପଞ୍ଜିକୃତ ହେବାକୁ ପଡ଼ିବ । ପରେ ବିଲର ପଞ୍ଜିକରଣ ପରେ ବିଲ ପଇଠ କରିବା ପାଇଁ ପଡ଼ିବ । ଲଗାତାର ୩ ମାସ ପର୍ଯ୍ୟନ୍ତ ବିଲ୍ ପଇଠ କରିବା ପରେ ଗ୍ରାହକଙ୍କ ଖାତାରେ ୫୦୦ ଟଙ୍କାର କ୍ୟାସବ୍ୟାକ୍ ଆସିଯିବ । ତେବେ ଏଥିପାଇଁ ରହିଛି ଏକ ସ୍ୱତନ୍ତ୍ର ସର୍ତ୍ତ । ସର୍ତ୍ତ ଅନୁସାରେ ଆପଣଙ୍କ ବିଲର ରାଶି ୫୦୦ ଟଙ୍କା ହେବା ଜରୁରୀ ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ଖବର ଆସିଥିଲା ଠିକ ସମୟରେ ବିଜୁଳି ବିଲ୍ ପଇଠ କଲେ ମିଳିବ କ୍ୟାସବ୍ୟାକ୍ । ବିଏସଇସ୍ ଡିସ୍କାମ ବିୱାଇପିଏଏଲ ଓ ବିଆରପିଏଏଲ୍ ବିଦ୍ୟୁତ ଯୋଗାଣ କମ୍ପାନୀ ଦିଲ୍ଲୀରେ ନିଜର ପାଖାପାଖି ୪୦ ଲକ୍ଷ ଉପଭୋକ୍ତାଙ୍କ ପାଇଁ କ୍ୟାସବ୍ୟାକ୍ ଯୋଜନାର ଘୋଷଣା କରିଥିଲା । ଯୋଜନା ଅନୁସାରେ ଉପଭୋକ୍ତା ଠିକ୍ ସମୟରେ ମୋବାଇଲ ୱାଲେଟ୍ ଜରିଆରେ ବିଲ ପଇଠ କଲେ ୧୨,୦୦ ପର୍ୟ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ ବୋଲି ଖବର ଆସିଥିଲା ।