ପଂଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲା ମାମଲା । ଚନ୍ଦା କୋଚର ଓ ଶିଖା ବର୍ମାଙ୍କ ସମେତ ପିଏନବିକୁ ସମନ ଜାରି

63

କନକ ବ୍ୟୁରୋ : ପଂଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲା ମାମଲାରେ ନୂଆ କାର୍ଯ୍ୟାନୁଷ୍ଠାନ ନେଇଛି ତଦନ୍ତକାରୀ ସଂସ୍ଥା । ଆଇସିଆଇସି ବ୍ୟାଙ୍କ ସିଇଓ ଚନ୍ଦା କୋଚର ଓ ଆକ୍ସିସ ବ୍ୟାଙ୍କ ସିଇଓ ଶିଖା ବର୍ମାଙ୍କୁ ସମନ ଜାରି କରାଯାଇଛି । ସିରିୟସ ଫ୍ରଡ ଇନଭେଷ୍ଟିଗେସନ ଅଫିସ ବା ଏସଏଫଆଇଓ ତରଫରୁ ଏହି ସମନ ଜାରି କରାଯାଇଛି ।

ଅଭିଯୋଗ ରହିଛି ଯେ ପାଖାପାଖି ୩୧ଟି ବ୍ୟାଙ୍କ ମେହୁଲ ଚୋକସୀଙ୍କ ଗୀତାଂଜଳି ଗ୍ରୁପକୁ ପ୍ରାୟ ୫ହଜାର ୨ଶହ ୮୦ କୋଟି ଟଙ୍କାର ଋଣ ଦେଇଥିଲେ । ତେବେ ଏଥିରେ କେବଳ ଆଇସିଆଇସି ବ୍ୟାଙ୍କ ପାଖାପାଖି ୪ଶହ ୫କୋଟି ଟଙ୍କା ଓ ଆକ୍ସିସ ବ୍ୟାଙ୍କ ବଡ ଆକାରର ଋଣ ପ୍ରଦାନ କରିଥିଲା ।

ତେବେ ଉଭୟ ଚନ୍ଦା କୋଚର ଓ ଶିଖା ବର୍ମାଙ୍କୁ ଆଜି ପଚରାଉଚରା କରାଯିବ ବୋଲି ସୂଚନା ରହିଛି । ଋଣ ବାବଦରେ ଉଭୟଙ୍କୁ ପଚରାଉଚରା କରାଯିବ ବୋଲି ଏସଏଫଆଇଓ ପକ୍ଷରୁ କୁହାଯାଇଛି । ଚନ୍ଦା କୋଚର ଓ ଶିଖା ବର୍ମାଙ୍କ ବ୍ୟତୀତ ପିଏନବିକୁ ମଧ୍ୟ ସମନ ଜାରି କରାଯାଇଛି ।