ଭାରତୀୟ ତଟରକ୍ଷୀ ବାହିନୀରୁ ଅବସର ନେଲା ଆଇସିଜି ବଜ୍ର : ୩୦ ବର୍ଷରେ ପାରାଦୀପ ସମୁଦ୍ରରେ ୫୩ ହଜାର ଘଂଟାର ପ୍ରହରା

47

କନକ ବ୍ୟୁରୋ : ଭାରତୀୟ ତଟରକ୍ଷୀ ବାହିନୀରୁ ଅବସର ନେଇଛି ଆଇସିଜି ବଜ୍ର । ପାରାଦୀପରେ ୩୦ ବର୍ଷ ଧରି ଅବିରତ ସେବା କରିଆସୁଥିବା ବଜ୍ରକୁ ଆଜି ବିଦାୟ ଦିଆଯାଇଛି । ୧୯୮୮ ଡିସେମ୍ବର ୨୨ ତାରିଖରେ ଆଇସିଜି ବଜ୍ର ତଟରକ୍ଷୀ ବାହିନୀରେ ସାମିଲ ହୋଇଥିଲା । ୩୦ ବର୍ଷ ଭିତରେ ଏହି ଜାହାଜ ୫୨ ହଜାର ୯୬୬ ଘଂଟା ସମୁଦ୍ରରେ ପ୍ରହରା ଦେଇଥବା ବେଳେ ୫ ଲକ୍ଷ ୨୪ ହଜାର ୨୯୯ ନଟିକାଲ ମାଇଲ ଅତିକ୍ରମ କରିଛି । କେବଳ ଉପକୂଳ ସୁରକ୍ଷା ନୁହେଁ ଏହି ଜାହାଜ ଗଭୀର ସମୁଦ୍ର ଭିତରେ ୩୪ ଜଣ ବିପନ୍ନଙ୍କ ଜିବନ ରକ୍ଷା କରିବାରେ ସଫଳ ହୋଇଛି ।

ବଜ୍ରର କାର୍ଯ୍ୟକାଳ ସମୟରେ ୨୮ଟି ମାଛଧରା ବୋଟ ଉଦ୍ଧାର କରିଛି । ମୁମ୍ବାଇର ମାଜାଗାଓଁ ଡକୟାର୍ଡର ତଟରକ୍ଷୀ ବାହିନୀ ଆଇସିଜି ବଜ୍ରକୁ ସ୍ୱତନ୍ତ୍ର ଭାବେ ନିର୍ମାଣ କରାଯାଇଥିଲା । ଏହାର ଲମ୍ବ ୭୪ ମିଟର ଥିବା ବେଳେ ୨୨ ନଟ୍ସ ବେଗରେ ଗତି କରିବାର କ୍ଷମତା ବହନ କରେ । ଆଜି ଜାହାଜ ଆଇସିଜି ବଜ୍ରର ବିଦାୟ କାଳୀନ ଉତ୍ସବରେ ତଟରକ୍ଷୀ ବାହିନୀର ପୂର୍ବାଚଂଳ ଆଇଜି କେଏସ ସଇରାନ ଯୋଦେଇଥିଲେ । ଶେଷଥର ପାଇଁ ତଟରକ୍ଷୀ ବାହୀନୀ ପତାକା ଅବତରଣ କରିବା ସହ ବଜ୍ରକୁ ଅବସର ଦେବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।