ନଦୀରେ ହଠାତ୍ ବନିଗଲା ବରଫର ବଡ ପ୍ଲେଟ୍, କ’ଣ ଏହା ଏଲିଏନଙ୍କ ପାଇଁ ଲେଂଡିଙ୍ଗ ଜୋନ୍ ?

313

ଆମେରିକାର ବେଷ୍ଟ ବ୍ରୁକରେ ବହୁଥିବା ଏକ ନଦୀ ରେ ବହୁତ ବଡ ବରଫର ପ୍ଲେଟ୍ ତିଆରି ହୋଇଛି । ଏହାର ଆଇସ୍ ଡିସ୍କ ସାଇଜରେ ପାଖାପାଖି ୨୯୮ ଫୁଟ୍ ଚଉଡା ଅଛି । ଏହାକୁ ନେଇ ଅନୁମାନ ଲଗାଯାଉଛି କି, କ’ଣ ଏହା ଏଲିଏନ୍ସଙ୍କ ପାଇଁ ଲେଂଡିଙ୍ଗ ଜୋନ୍ ତିଆରି ହୋଇଛି । ଏମିତି କୁହାଯାଉଛି କି, ନଦୀରେ ହୋଇଥିବା ଏହି ବିଶେଷ ପରିବର୍ତ୍ତନ ଏକ ଏଲିଏନ୍ ସ୍ପେଶକ୍ରାଫ୍ଟ, ଏକ କେରସେଲ ଓ ଏକ ଜହ୍ନ ପାଇଁ ବି ହୋଇପାରେ ।

ଗବେଷକଙ୍କ ଅନୁସାରେ, ଆଇସ୍ ଡିସ୍କ ଅର୍ଥାତ୍ ବରଫ ପ୍ଲେଟ୍ ପାଣିର ତାପମାତ୍ରା ବଦଳିବା କାରଣରୁ ହୋଇଛି । ଏହି କାରଣରୁ ପାଣି ଭିତରେ ଭଅଁର ବନିଯାଇଛି । ଏହି ଭଅଁର ଧିରେ ଧିରେ କାଉଣ୍ଟର କ୍ଲକୱାଇଜରେ ବୁଲୁଛି । ଏହା କୂଳରେ ବତକ ଦେଖାଯାଉଛନ୍ତି । ଏହାକୁ ଦେଖିବା ପାଇଁ ବହୁତ ଲୋକ ଜମା ହୋଇଯାଇଛନ୍ତି ।

ବୈଜ୍ଞାନିକଙ୍କ କହିବାନୁସାରେ, ଏହି ଆଇସ୍ ଡିସ୍କ ଅସାମାନ୍ୟ, କିନ୍ତୁ ଏହା ପ୍ରାକୃତିକ ମଧ୍ୟ । ଏହା ସେତେବେଳ ହୁଏ ଯେତେବେଳେ ବରଫ ଖଣ୍ଡ ଭାଙ୍ଗି ଭାଙ୍ଗି ଅଲଗା ହୋଇଯାଏ ଓ ବୁଲିବାକୁ ଲାଗେ । ଯେମିତି ଏହା ମୋଡିହୁଏ, ଏହା ଚଟାଣ ଓ ପାଣିରେ ବାଜି ବୁଲିବାକୁ ଲାଗେ । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ସେମାନେ ପୂର୍ବରୁ ମଧ୍ୟ ଏମିତି ଆଇସ୍ ଡିସ୍କ ଦେଖିଛନ୍ତି କିନ୍ତୁ ଏତେ ବଡ ନୁହେଁ । ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଅନୁମାନ ଲଗାଯାଉଛି ।