ବିଦେଶରେ ବି କାଳିଆର ଡୋରି : ବରଫ ଖୋଳି ନିର୍ମାଣ କଲେ ତିନି ଠାକୁରଙ୍କ ପ୍ରତିମୂର୍ତ୍ତି

36

ବରଫରେ ଜଗନ୍ନାଥ । ପୁରୀ ଶ୍ରୀକ୍ଷେତ୍ରରେ ବଡ ଠାକୁର ଭାବେ ପୂଜା ପାଉଥିବା ଜଗନ୍ନାଥଙ୍କର କେବଳ ରାଜ୍ୟ କି ଦେଶରେ ନୁହନ୍ତି ବିଦେଶରେ ବି ରହିଛନ୍ତି ଅନେକ ଭକ୍ତ । ଆଉ ଏହି ବିଦେଶୀ ଭକ୍ତମାନେ ବରଫରେ ତିଆରି କରିଛନ୍ତି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ପ୍ରତିମୂର୍ତ୍ତି । ଋଷର ସାଇବେରିଆରେ କିଛି ଶ୍ରଦ୍ଧାଳୁ ତିଆରି କରିଛନ୍ତି ତିନି ଠାକୁରଙ୍କ ବରଫ ସୁଭଦ୍ରାଙ୍କର ପ୍ରତିମୂର୍ତ୍ତି । ବରଫ କଟାଯାଇ ଏହି ଆକର୍ଷଣୀୟ ପ୍ରତିକୃତି କରାଯାଇଛି ।

ମାଇନସ୍ ୨୩ ଡିଗ୍ରୀ ତାପମାତ୍ରା ଥିବା ସାଇବେରିଆର ଏକ ପାହାଡ ଉପରେ ସଂପୂର୍ଣ ବରଫରେ ହୋଇଛି ଏହି ପ୍ରତିମୂର୍ତ୍ତି । ତେବେ ସବୁଠାରୁ ବଡ କଥା ହେଉଛି ସେମାନେ ଖାଲି ସଉକରେ ଏଭଳି କରିନାହାନ୍ତି । ଏଥିରେ ସେମାନଙ୍କ ଭକ୍ତି ଓ ଶ୍ରଦ୍ଧାଭାବ ଯୋଡି ହୋଇ ରହିଥିବା ଦେଖିବାକୁ ମିଳିଛି । ଶ୍ରୀଜିଉଙ୍କ ପ୍ରତିମୂର୍ତି ତିଆରି କରିବା ସହ ବେଶ୍ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା ବି କରାଯାଉଛି । ଏହା ପ୍ରମାଣ କରୁଛି, ଶ୍ରୀମନ୍ଦିରରେ ପୂଜା ପାଉଥିବା ବଡଠାକୁର ଶ୍ରୀ ଜଗନ୍ନାଥଙ୍କ ଭକ୍ତିଭାବର ଡୋରି ଦେଶ ବିଦେଶରେ ଭକ୍ତଙ୍କୁ ବାନ୍ଧି ପାରିଛି ।

ଦେଖନ୍ତୁ ଏହି ଭିଡିଓ :