ଭାରତକୁ ବଡ଼ ଝଟକା ! ମ୍ୟାଚ ଆରମ୍ଭରୁ ଭୁବନେଶ୍ୱର ଆହତ, ମାଂସପେଶୀ ଟାଣି ହୋଇଯିବାରୁ ଡ୍ରେସିଂ ରୁମ ଫେରିଲେ ଭୁବନେଶ୍ୱର ।

295

କନକ ବ୍ୟୁରୋ: ବିଶ୍ୱକପର ବଡ଼ ମୁକାବିଲାରେ ଭାରତକୁ ବଡ଼ ଝଟକା । ମାଂସପେଶୀ ଟାଣି ହୋଇଯିବା କାରଣରୁ ମ୍ୟାଚ୍ ଅଧାରୁ ଡ୍ରେସିଂ ରୁମକୁ ଫେରିଛନ୍ତି ଭାରତୀୟ ପେସ୍ ବୋଲର ଭୁବନେଶ୍ୱର କୁମାର । ତେବେ ଭୁବନେଶ୍ୱର ନିଜର ତୃତୀୟ ଓଭର ବୋଲିଂ କରୁଥିବା ସମୟରେ ପିଚ୍ ମଧ୍ୟରେ ତାଙ୍କ ବାମ ଗୋଡ଼ ସଠିକ୍ ଭାବେ ପଡ଼ିନଥିଲା ଫଳରେ ତାଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା । ତତକ୍ଷଣାତ ସେ ଯନ୍ତ୍ରଣା ଅନୂଭବ କରିଥିଲେ । ପଡ଼ିଆ ମଧ୍ୟକୁ ଭାରତୀୟ ଦଳ ଫିଜିଓ ଆସି ତାଙ୍କୁ ଡ୍ରେସିଂ ରୁମକୁ ନେଇଛନ୍ତି ।

ଅନ୍ୟପଟେ ଭୁବନେଶ୍ୱରଙ୍କ ଏଭଳି ଆଘାତ କେତେ ଜଟୀଳ ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ଅନ୍ୟପଟେ ବୁମରା ଏବଂ ଭୁବନେଶ୍ୱର ଯୋଡ଼ି ଭାରତୀୟ ଟିମ୍ ପାଇଁ ବୋଲିଂରେ ସବୁଠାରୁ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । ବର୍ତ୍ତମାନ ଭୁବନେଶ୍ୱର କୁମାର ଆଜିର ମ୍ୟାଚରେ ଆଉ ବୋଲିଂ କରି ପାରିବେ ନାହିଁ ବୋଲି ଜଣାପଡ଼ିଛି ।