ବିଶ୍ୱକପ୍ ୨୦୧୯: ୱାର୍ଣ୍ଣରଙ୍କ ଧୂଆଁଧାର ଶତକ, ପାକିସ୍ତାନ ସାମ୍ନାରେ ୩୦୮ ରନ୍ ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ ।

155

କନକ ବ୍ୟୁରୋ: କ୍ରିକେଟ୍ ବିଶ୍ୱକପ ୨୦୧୯ । ପାକିସ୍ତାନକୁ ୩୦୮ ରନ୍ ବିଜୟ ଲକ୍ଷ୍ୟ ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ । ଲଣ୍ଡନର ଟଣ୍ଟନର ଦ କୋପର ଆସୋସିଏଟସ୍ କାଉଣ୍ଟି ଗ୍ରାଉଣ୍ଡରେ ପାକିସ୍ତାନ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ କରିଥିଲା । ଓପନର ଡାଭିଡ଼ ଓ୍ଵାର୍ଣ୍ଣରଙ୍କ ଶତକ ଓ ଆରୋନ ଫିଞ୍ଚଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଏକ ମଜୁବୁତ ସ୍କୋର କରିଛି ।

ଅପରପକ୍ଷେ ପାକିସ୍ତାନୀ ବୋଲର ମହମ୍ମଦ ଅମୀରଙ୍କୁ ୫ଟି ଓ୍ଵିକେଟ୍ ମିଳିଛି । ସେ ୧୦ ଓଭରରୁ ୨ ଓଭର ମେଡେନ ନେଇଥିବା ବେଳେ ମାତ୍ର ୩୦ ରନ୍ ଦେଇଛନ୍ତି। ଅମୀର କେବଳ ୧ ରନ୍ ଅତିରିକ୍ତ ଦେଇଛନ୍ତି । ଟିମ୍ ୪୯ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୩୦୭ ରନ୍ କରିବା ପରେ ପାକିସ୍ତାନକୁ ୩୦୮ ରନ୍ ଟାର୍ଗେଟ ମିଳିଛି।

Comments are closed.