ଓଭାଲ ପଡିଆରେ କାହିଁକି କ୍ୟାପଟେନ କୋହଲିଙ୍କ କଥା ଶୁଣିଲେନି ହାର୍ଦ୍ଦିକ ପାଣ୍ଡ୍ୟା? ଜାଣନ୍ତୁ..

13,118

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତଥା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଚର୍ଚ୍ଚାରେ । ଅଷ୍ଟ୍ରେଲିଆ ବିପକ୍ଷରେ ବ୍ୟାଟିଂ ପଦୋନ୍ନତି ପାଇ ୪ ନମ୍ବରରେ ଆସିଥିବା ପାଣ୍ଡ୍ୟା ୨୫ ବଲରୁ ଦ୍ରୁତ ୪୮ ରନ୍ କରି ଭାରତକୁ ବଡ଼ ସ୍କୋର ଦବାରେ ବେଶ ସହାୟକ ହୋଇଥିଲେ । ହେଲେ ବିରାଟ କୋହଲିଙ୍କ ସହ କ୍ରିଜରେ ଥିଲା ବେଳେ କ୍ୟାପେଟନ କୋହଲିଙ୍କ କିଛି କଥା ଶୁଣିନଥିଲେ ହାର୍ଦ୍ଦିକ । ଆଉ ଏ କଥାକୁ ବେଶ ସକରାତ୍ମକ ଢଙ୍ଗରେ ଖୁଲାସା କରିଛନ୍ତି ବିରାଟ କୋହଲି । ରୋହିତ ଶର୍ମାଙ୍କ ୱିକେଟ ପଡ଼ିବା ପରେ ପଡ଼ିଆକୁ ଓହ୍ଲାଇଥିବା କୋହଲି ବେଶ ରକ୍ଷଣାତ୍ମକ ଭଙ୍ଗୀରେ ବ୍ୟାଟିଂ କରୁଥିଲେ ।  ପରେ ଶିଖର ଧାୱନ ଆଉଟ ହେବା ପରେ କୋହଲିଙ୍କ ସହ ଯୋଗ ଦେଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଆରମ୍ଭରୁ ହିଁ ବଡ଼ ସର୍ଟ ଖେଳିବା ଆରମ୍ଭ କରି ଦେଇଥିଲେ ।

କିନ୍ତୁ ଅର୍ଦ୍ଧଶତକ ହାସଲ ପରେ କୋହଲି ନିଜେ ଅଧିକ ବିସ୍ଫୋରକ ବ୍ୟାଟିଂ କରିବା ପାଇଁ ମନ ବଳାଇ ପାଣ୍ଡ୍ୟାଙ୍କୁ ଟିକେ ଜଗି ରଖି ଖେଳିବା ପାଇଁ କଥା ହୋଇଥିଲେ । ହେଲେ ପାଣ୍ଡ୍ୟା ସିଧାସିଧା ଶୁଣେଇ ଦେଇଥିଲେ ଯେ କିଛି ସୁଯୋଗ ମିଳିଲେ ବା ଖରାପ ବଲ ଆସିଲେ ପ୍ରହାର କରିବାକୁ ଛାଡ଼ିବେ ନାହିଁ । ଏକଥା ଶୁଣିବା ପରେ କୋହଲି ପୁଣି ଥରେ ମନ ପରିବର୍ତନ କରି  ଏକ ଦୁଇ ରନ୍ ନେବା ଉପରେ ଅଧିକ ଫୋକସ୍ କରିଥିଲେ । କୋହଲି ଏହି ମ୍ୟାଚରେ ୭୭ ବଲରୁ ୮୨ ରନ୍ କରି ଆଉଟ୍ ହୋଇଥିଲେ ।