ସୁପରହିଟ ସୋ’ରେ ବାଧକ ସାଜିଲା ବର୍ଷା । ଭାରତ-ପାକିସ୍ତାନ ମ୍ୟାଚ୍ ମଝିରେ ଓଦା ହେଲା ମାଞ୍ଚେଷ୍ଟର ମୈଦାନ ।

245

କନକ ବ୍ୟୁରୋ : ବିଶ୍ୱକପରେ ବର୍ଷା ସାଜିଲା ବାଧକ । ଭାରତ-ପାକସ୍ତାନ ମ୍ୟାଚର ୪୭ତମ ଓଭର ଚାଲିଥିବାବେଳେ ମାଞ୍ଚେଷ୍ଟର ମୈଦାନକୁ ଭିଜାଇଛି ବର୍ଷା । ଫଳରେ ଭାରତର ସ୍କୋର ବର୍ତ୍ତମାନ ସୁଦ୍ଧା ୪୬.୪ ବଲରେ ୩୦୫ ରନ୍ କରିଛି । ଆଉ ବର୍ଷା ଯୋଗୁଁ ମ୍ୟାଚ ଅଧାରୁ ବନ୍ଦ ରହିଛି ।

ସେପଟେ ଭାରତୀୟ କ୍ୟାପଟେନ୍ କୋହଲି ୬୨ ବଲ୍ ଖେଳି ୭୧ ରନ ବଳରେ ଅପରାଜିତ ରହିଛନ୍ତି । ଅନ୍ୟପଟେ କୋହଲିଙ୍କ ସାଥ୍ ଦେଉଥିବା ଅଲରାଉଣ୍ଡର ବିଜୟ ଶଙ୍କର ଏବେ ବି ଅପରାଜିତ ରହିଛନ୍ତି । କିନ୍ତୁ ପଡ଼ିଆରେ ଏବେ ବି ବର୍ଷା ଜାରି ରହିଛି । ମ୍ୟାଚ୍ ଆରମ୍ଭରୁ ମାଞ୍ଚେଷ୍ଟର ମୈଦନାରେ ରୋହିତ ଶର୍ମାଙ୍କ ସୁପରହିଟ ସୋ’ ଦେଖିବାକୁ ମିଳିଥିଲା । ପାକିସ୍ତାନ ବିପକ୍ଷରେ ରୋହିତ ଶର୍ମାଙ୍କ ଶାନଦାର ଶତକୀୟ ଇନିଂସ୍ କ୍ରିକେଟ୍ ପ୍ରେମୀଙ୍କୁ ଉତ୍ସାହ ଭରିଦେଇଛି ।

ଶେଷ ରିପୋର୍ଟ ସୁଦ୍ଧା ଭାରତ ୪୬. ୪ ଓଭର ଖେଳି ୪ଟି ୱିକେଟ ହରାଇ ୩୦୫ ରନ ସଂଗ୍ରହ କରିଛି । ମ୍ୟାଚ ଆରମ୍ଭରୁ ରୋହିତ ଓ ରାହୁଲ ଯୋଡି ଭାରତକୁ ଏକ ଭଲ ଆରମ୍ଭ ଦେଇଥିଲେ । ରୋହିତଙ୍କ ସହ ଓପନିଂ ପାଇଁ ପଡ଼ିଆକୁ ଓହ୍ଲାଇ ରାହୁଲ ଅର୍ଦ୍ଧ ଶତକ କରିବ ପ୍ୟାଭିଲିୟନକୁ ଫେରିଥିଲେ । ପରେ ରନ୍ ମେସିନ୍ କ୍ୟାପଟେନ୍ କୋହଲିଙ୍କ ଜବରଦସ୍ତ ଅର୍ଦ୍ଧଶତକ ଦଳକୁ ୪୬.୪ ଓଭର ସୁଦ୍ଧା ୩୦୫ ରନରେ ପହଁଚାଇଛି । ଏବେ ବର୍ଷା ଛାଡ଼ିବା ପରେ ମ୍ୟାଚକୁ ଅପେକ୍ଷା କରିଛନ୍ତି କ୍ରିକେଟ୍ ପ୍ରେମୀ ।