ଟେଷ୍ଟ କ୍ରିକେଟର ବାଦଶାହା ବିରାଟ ! ଆଇସିସି ର‌୍ୟାକିଙ୍ଗ ଟପରେ କୋହଲି ।

308

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପୁଣି ଥରେ ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି । ସେପଟେ ଯୁବ ତାରକା ତଥା ୱିକେଟ କିପର ଋିଷଭ ପନ୍ଥ ଏବଂ ପେସ ବୋଲର ଜସପ୍ରିତ ବୁମରା ନିଜ କ୍ୟାରିଅରରେ ସର୍ବଶ୍ରେଷ୍ଠ ର‌୍ୟାଙ୍କିଙ୍ଗରେ ରହିଛନ୍ତି । ଅଷ୍ଟ୍ରେଲିଆ ବିରୋଧରେ ପର୍ଥ ଟେଷ୍ଟରେ ବିରାଟ କୋହଲିଙ୍କ ପ୍ରଥମ ୧୨୩ ରନର ପାଳି ତାଙ୍କୁ ର‌୍ୟାଙ୍କିଙ୍ଗରେ ୧୪ ଅଙ୍କ ଦେଇଥିଲା । ଏହା ସହ ବିରାଟଙ୍କର ମୋଟ୍ ୯୩୪ ଅଙ୍କ ହୋଇଛି । ସେହିପରି ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ନ୍ୟୁଜଲାଣ୍ଡର କେନ୍ ୱିଲିୟମସନ୍ ।ସେ ବିରାଟଙ୍କ ଠାରୁ ୧୯ ଅଙ୍କ ପଛରେ ରହିଛନ୍ତି । ଦେଖନ୍ତୁ ତାଲିକା ।

୧. ବିରାଟ କୋହଲି (ଭାରତ) ୯୩୪

୨. କେନ୍ ୱିଲିୟମସନ୍ (ନ୍ୟୁଜଲାଣ୍ଡ) ୯୧୫

୩. ଷ୍ଟିଭ୍ ସ୍ମିଥ୍ (ଅଷ୍ଟ୍ରେଲିଆ) ୮୯୨

୪. ଚେତେଶ୍ୱର ପୂଜାରା (ଭାରତ) ୮୧୬

୫. ଜୋ ରୁଟ୍ (ଇଂଲଣ୍ଡ) ୮୦୭

୬. ଡେଭିଡ୍ ୱାର୍ନର (ଅଷ୍ଟ୍ରେଲିଆ) ୭୮୭

୭. ଦିମୁଥ କରୁଣାରତ୍ନେ (ଶ୍ରୀଲଙ୍କା) ୭୫୨

୮. ଡିନ୍ ଏଲଗର୍ (ଦକ୍ଷିଣଆଫ୍ରିକା) ୭୨୪

୯. ହେନରୀ ନିକୋଲ୍ସ (ନ୍ୟୁଜଲାଣ୍ଡ) ୭୦୮

୧୦. ଅଜହର ଅଲ୍ଲୀ (ପାକିସ୍ତାନ) ୭୦୮