୨୦୦ରୁ ଅଧିକ ଦେଶ ଦେଖିବ ବିଶ୍ୱକପ । ଭାରତରେ ୭ଟି ଭାଷାରେ ହେବ ପ୍ରସାରଣ ।

420

କନକ ବ୍ୟୁରୋ : ୨୦୧୯ ବିଶ୍ୱକପର ତାରିଖ ଯେତିକି ପାଖଉଛି, କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢି ବଢି ଚାଲିଛି । ସାରା ଦୁନିଆର କ୍ରିକେଟପ୍ରେମୀଙ୍କ ନିକଟରେ ବିଶ୍ୱକପ କ୍ରିକେଟ୍ ପହଞ୍ଚାଇବା ପାଇଁ ଆଇସିସି ପକ୍ଷରୁ ଗତକାଲି ପ୍ରସାରଣ ଏବଂ ଡିଜିଟାଲ୍ ବିତରଣ ଯୋଜନାର ଘୋଷଣା କରାଯାଇଛି । ଯାହା ଦ୍ୱାରା ଆଫଗାନିସ୍ତାନରେ ପ୍ରଥମ ଥର ପାଇଁ ବିଶ୍ୱକପର ସିଧା ପ୍ରସାରଣ ହେବ ।

ଏହି ଯୋଜନା ଅନୁଯାୟୀ, ପ୍ରଂଶସକ ମାନଙ୍କ ପାଖରେ କ୍ରିକେଟ୍ ପହଞ୍ଚାଇବା ପାଇଁ ଟେଲିଭିଜନ୍, ରେଡିଓ ଏବଂ ଡିଜିଟାଲ୍ ମାଧ୍ୟମ ବ୍ୟତୀତ ସମାଚାର, ସିନେମା, ଫ୍ୟାନ୍ ପାର୍କର ଘୋଷଣା କରାଯାଇଛି । ଆଇସିସି ବିଶ୍ୱକପ ୨୦୧୯ର ସିଧା ପ୍ରସାରଣ ଷ୍ଟାର ସ୍ପୋର୍ଟସ ବ୍ୟାତୀୟ ଅନ୍ୟ ୨୫ଟି ଚ୍ୟାନେଲ ଦ୍ୱାରା ୨୦୦ରୁ ଅଧିକ ଦେଶରେ କରାଯିବ । ତେବେ ଭାରତରେ ବିଶ୍ୱକପର ପ୍ରସାରଣ ୭ଟି ଭାଷାରେ କରାଯିବା ନେଇ ସୂଚନା ମିଳିଛି । ଯେଉଁଥିପାଇଁ ଷ୍ଟାର ସ୍ପୋର୍ଟସ ଦୁନିଆର ସର୍ବଶ୍ରେଷ୍ଠ କମେଣ୍ଟେଟରର ଏକ ଟିମ୍ ପ୍ରସ୍ତୁତ କରିଛି । ଏଥିରେ ପାଖାପାଖି ୫୦ ଜଣ କମେଣ୍ଟ୍ରେ ଟରଙ୍କ ନାଁ ସାମିଲ ଅଛି । ଷ୍ଟାର ସ୍ପୋର୍ଟସ ଭାରତରେ ଇଂରାଜୀ ବ୍ୟତୀତ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ, ବଙ୍ଗଲା ଏବଂ ମରାଠି ଭାଷାରେ ବିଶ୍ୱକପର ପ୍ରସାରଣ କରାଯିବ ।