ବିଶ୍ୱ କପ-୨୦୧୯ରେ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବ କି ନାହିଁ ଭାରତ ? ଜାଣନ୍ତୁ ଏସଂପର୍କରେ କଣ କହୁଛି ଆଇସିସି

390

କନକ ବ୍ୟୁରୋ: ପୁଲୱାମା ଆତ୍ମଘାତୀ ଆକ୍ରମଣକୁ ନେଇ ସାରା ଦେଶରେ ପାକିସ୍ତାନ ବିରୋଧୀ ବାତାବରଣ ସୃଷ୍ଟି ହୋଇଥିବା ବେଳେ ବିଶ୍ୱ କପ ୨୦୧୯ରେ ଭାରତ ବିପକ୍ଷରେ ପାକିସ୍ତାନ ଖେଳିବ କି ନାହିଁ, ତାକୁ ନେଇ ଏବେ ଚିନ୍ତାରେ ପଡିଯାଇଛି ଆଇସିସି । ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ତଥା ଆଇସିସି ଏବଂ ବିଶ୍ୱକପ୍ ୨୦୧୯ ଆୟୋଜନ ସମିତିକୁ ଏବେବି ବିଶ୍ୱାସ ରହିଛି କି ୧୬ ଜୁନରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ ନିଜର ଧାର୍ଯ୍ୟ କାର୍ଯ୍ୟକ୍ରମ ଅନୁସାରେ ହିଁ ହେବ । ଆଇସିସି ନିକଟରେ ଏହା ମଧ୍ୟ କହିଛି କି, ୱାଲ୍ଡ କପ ପୂର୍ବରୁ ଭାରତ-ପାକିସ୍ତାନ ଉପରେ ତାର ନଜର ରହିବ । ତେବେ ଆଇସିସିର ଏହି ବୟାନ ସେହି ଅଟକଳ ମଧ୍ୟରେ ଆସୁଛି ଯେଉଁଥିରେ କୁହାଯାଉଛି କି, ପୁଲୱାମା ଆତଙ୍କୀ ଆକ୍ରମଣ ପରେ ବିଶ୍ୱ କପ ୨୦୧୯ରେ ଭାରତକୁ ପାକିସ୍ତାନ ବିପକ୍ଷରେ ହେବାକୁ ଥିବା ମ୍ୟାଚକୁ ବହିଷ୍କାର କରିବା ଉଚିତ ।

ଆଇସିସିର ମୁଖ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଡେଭିଡ୍ ରିଚର୍ଡସନ ଲଣ୍ଡନରେ ବିଶ୍ୱକପର କାଉଂଟ ଡାଉନ ଆରମ୍ଭ ହେବା ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ କହିଛନ୍ତି କି, ଉଭୟ ଯାକ ବୋର୍ଡ ତରଫରୁ ଏଭଳି କୌଣସି ସଂକେତ ମିଳିନି କି ଆଇସିସି ପୁରୁଷ ବିଶ୍ୱକପର କୌଣସି ମ୍ୟାଚ ନିର୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ହେବ ନାହିଁ, ଆମେ ଏଯାବତ୍ ଏସଂପର୍କରେ ଉଭୟ ବୋର୍ଡକୁ ଲେଖିନାହୁଁ ।

ଅନ୍ୟପଟେ, ପୁଲୱାମା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ହରଭଜନ୍ । ପାକିସ୍ତାନ ସହ କ୍ରିକେଟ୍ ନ ଖେଳିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି କି, ଆତଙ୍କବାଦ ଜାରି ଥିବା ବେଳେ କ୍ରିକେଟ୍ ବିଶ୍ୱକପରେ ପାକିସ୍ତାନ ସହ ଭାରତ କୌଣସି ମ୍ୟାଚ୍ ଖେଳିବା ଉଚିତ ନୁହେଁ । ଆମେ ପ୍ରଥମେ ଭାରତୀୟ ପରେ ଜଣେ କ୍ର୍ରିକେଟ ଖେଳାଳୀ । ଦେଶଠାରୁ ଉପରେ ଓ ଗୁରୁତ୍ୱପୂର୍ଣ୍ଣ କୌଣସି ବିଷୟ ହୋଇନପାରେ । ଯଦି ଆଜି ଆମ ଭାଇମାନଙ୍କ ଉପରେ ଆକ୍ରମଣ ହେଉଛି ଓ ସେଥିରେ ପାକିସ୍ତାନ ସଂପୃକ୍ତ ତେବେ ପାକିସ୍ତାନ ସହ କୌଣସି ପ୍ରକାର ସମ୍ପର୍କ ରଖିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

ସେହିପରି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ହରଭଜନ ନିଜ ପକ୍ଷ ରଖିଛନ୍ତି, ହେଲେ ଏହା ନୁହେଁ କି ଯଦି ଆମକୁ ପାକିସ୍ତାନ ବିରୋଧରେ କୌଣସି ସେମିଫାଇନାଲ କିମ୍ବା ଫାଇନାଲ ମ୍ୟାଚ ଖେଳିବାକୁ ପଡେ କଣ ଆମେ ଖେଳିବୁନି । ଆମେ କାଳ୍ପନିକ ପରିସ୍ଥିତିକୁ ନେଇ କହୁୁଛୁ । ସେ ଆହୁରୀ ମଧ୍ୟ କହିଛନ୍ତି କି, ଭାରତ ୧୯୯୯ ବିଶ୍ୱ କପରେ ପାକିସ୍ତାନ ବିରୋଧରେ ମ୍ୟାଚ ଖେଳିଥିଲା, ଯେତେବେଳେ କାରଗୀଲ ଯୁଦ୍ଧ ଚରମ ସୀମାରେ ଉପନୀତ ଥିଲା ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।