ଧୋନି ହୋଇନଥିଲେ ଆଉଟ୍ ! ଅମ୍ପାୟାରଙ୍କ ଗୋଟିଏ ଭୁଲ୍ ନିଷ୍ପତ୍ତିରେ ହାରିଗଲା ଟିମ୍ ଇଣ୍ଡିଆ , ସୋସିଆଲ୍ ମିଡିଆରେ ଅମ୍ପାୟାରଙ୍କୁ ଗାଳିରେ ପୋତିଲେ ପ୍ରଶଂସକ

6,873

ଆଇସିସି ବିଶ୍ୱକପ୍ ୨୦୧୯ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାଜୟ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛି ଟିମ୍ ଇଣ୍ଡିଆ । ଦୁଇ ଦିନ ଧରି ଚାଲିରହିଥିବା ଏହି ରୋମାଞ୍ଚକର ମ୍ୟାଚ୍ ର ଅନ୍ତିମରେ ନ୍ୟୁଜିଲାଣ୍ଡଠାରୁ ୧୮ ରନ୍ ରେ ପରାଜିତ ହୋଇଛି ବିରାଟ ବାହିନୀ । ଏହି ରୋମାଞ୍ଚକର ମ୍ୟାଚ୍ କୁ ନେଇ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ଯେଉଁଥିରେ କ୍ରିକେଟ୍ ପ୍ରେମୀ ଭାରତର ପରାଜୟ ପାଇଁ ଅମ୍ପାୟରଙ୍କ ଭୁଲ୍ ନିଷ୍ପତ୍ତି ଥିବା କଥା କହୁଛନ୍ତି । ପ୍ରଶଂସକଙ୍କ ମତରେ ମହେନ୍ଦ୍ର ସିଂହ ଧୋନି ଯେଉଁ ବଲରେ ରନ୍ ଆଉଟ୍ ହେଲେ ତାହାକୁ ନୋ ବଲ୍ ଘୋଷିତ କରିବାର ଥିଲା ।

ଟ୍ୱିଟର ୟୁଜର୍ସଙ୍କ କହିବାନୁସାର ଅମ୍ପାୟର ଧୋନିଙ୍କ ରନ୍ ଆଉଟରେ ପାୱାର୍ ପ୍ଲେ ସମୟରେ ଫିଲ୍ଡିଙ୍ଗର ନିୟମକୁ ଅଣଦେଖା କରିଥିଲେ । ଲୋକଙ୍କ କହିବାନୁସାର ତୃତୀୟ ପାୱାର୍ ପ୍ଲେ ସମୟରେ ୩୦ ଗଜ୍ ବାହାରେ ୫ ଜଣ ଖେଳାଳୀ ରହିବାର ନିୟମ ରହିଛି କିନ୍ତୁ ଧୋନୀଙ୍କ ରନ୍ ଆଉଟ୍ ସମୟରେ ୫ ବଦଳରେ ୬ ଜଣ ଖେଳାଳୀ ବାହାରେ ଥିଲେ । ଯାହା ଏକ ବିରାଟ ତୃଟି ।

ପାୱାର୍ ପ୍ଲେରେ ଫିଲ୍ଡିଙ୍ଗ୍ କରିବା ନିୟମ :

ନିୟମ ମୁତାବକ ପାୱାର୍ ପ୍ଲେ ସମୟରେ ୩୦ ଗଜ୍ ବାହାରେ କେବଳ ୫ ଜଣ ଖେଳାଳୀ ହିଁ ଫିଲ୍ଡିଙ୍ଗ୍ କରିପାରିବେ । କିନ୍ତୁ ଧୋନିଙ୍କୁ ବଲ୍ ଫୋପାଡିବା ସମୟରେ ସୋସିଆଲ୍ ମିଡିଆରେ ଏକ ଗ୍ରାଫିକ୍ସ ଭାଇରାଲ୍ ହେଉଛି ଯେଉଁଥିରେ ନ୍ୟୁଜିଲାଣ୍ଡର ୬ ଖେଳାଳୀ ସର୍କଲ ବାହାରେ ଥିବା ଦେଖାଦେଉଛି । ନିୟମ ଅନୁସାର ୩୦ ଗଜ୍ ଘେର ଭିତରେ ଖେଳୁଥିବା ଖେଳାଳୀଙ୍କ ସଂଖ୍ୟା ନିର୍ଦ୍ଧାରିତ ଠାରୁ ବଢିଲେ କିମ୍ବା କମ୍ ହେଲେ ନୋ-ବଲ୍ ମିଳିଥାଏ । ନୋ-ବଲ୍ ରହିବା ପରେ ରନ୍ ଆଉଟ୍ ଛଡା ବ୍ୟାଟସମ୍ୟାନ୍ ପାଖରେ ଆଉଟ୍ ହେବା ପାଇଁ ଅନ୍ୟ କିଛି ବାଟ ରହିବ ନାହିଁ । ଅର୍ଥାତ୍ ଅମ୍ପାୟର ନୋ-ବଲ୍ ଦେଇଥିଲେ ବି ଧୋନି ରନ୍ ଆଉଟ୍ ହୋଇଥାନ୍ତେ ।