ଜିଓର ଧମାକାଦାର ଅଫର! ମାଗଣାରେ ବିଶ୍ୱକପର ସମସ୍ତ ମ୍ୟାଚର ଲାଇଭ ଦେଖିପାରିବେ ୟୁଜର୍ସ, ଜାଣନ୍ତୁ କେମିତି?

1,969

କନକ ବ୍ୟୁରୋ : ପୂରା ଦେଶରେ ଏବେ କ୍ରିକେଟ ଫିଭର । ଭାରତରେ ଏବେ ବିଶ୍ୱକପ ମାନିଆ । ବିଶ୍ୱକପ କ୍ରିକେଟରେ ଭାରତ ଆଜି ନିଜର ଅଭିଯାନ ଆରମ୍ଭ କରିଥିବା ବେଳେ ମ୍ୟାଚ୍ ଦେଖିବା ପାଇଁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ତେବେ କ୍ରିକେଟପ୍ରେମୀଙ୍କୁ ହାତ ପାହାନ୍ତାରେ ବିଶ୍ୱକପ ମ୍ୟାଚ୍ ଦେଖିବାର ସୁଯୋଗ ଦେଇଛି ଜିଓ ।

ଖାସ୍ ବିଶ୍ୱକପ ପାଇଁ ଜିଓ ଧମାକାଦାର ଅଫର ଘୋଷଣା କରିଛି । ଏହି ଅଫରର ଟ୍ୟାଗ୍ ଲାଇନ ରହିଛି, ଦେଖନ୍ତୁ, ଖେଳନ୍ତୁ ଓ ଉପଭୋଗ କରନ୍ତୁ । ଜିଓ ବ୍ୟବହାରକାରୀ ମାନେ ବିଶ୍ୱକପର ପ୍ରତିଟି ମ୍ୟାଚର ଲାଇଭ ମାଗଣାରେ ଦେଖିବା ସହ ମ୍ୟାଚ୍ ଚାଲିଥିବା ସମୟରେ ଖେଳି ଆର୍କଷଣୀୟ ପୁରସ୍କାର ଜିତିପାରିବେ । ଆଉ ଏହି ସେବା ସମ୍ପୂର୍ଣ୍ଣ ଅନଲିମିଟେଡ ରହିବ । ନିଜର ଡାଟା ପ୍ୟାକ୍ ଶେଷ ହେବା ପର୍ଯ୍ୟନ୍ତ ମାଗଣାରେ ମ୍ୟାଚ୍ ଦେଖିପାରିବେ । ଜିଓ ଟିଭି ମାଧ୍ୟମରେ ସିଧାସଳଖ ହଟ ଷ୍ଟାରରେ ମ୍ୟାଚ୍ ଦେଖିପାରିବେ ୟୁଜର୍ସ । ହଟ ଷ୍ଟାରରେ ମ୍ୟାଚ୍ ଦେଖିବା ପାଇଁ ଜିଓ ୟୁର୍ଜସଙ୍କୁ ଅତିରିକ୍ତ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହିଁ । ତେବେ ବିଶ୍ୱକପର ସବୁ ମ୍ୟାଚ୍ ଦେଖିବାକୁ ଯଦି ଚାହୁଁଥାନ୍ତି ତେବେ ୨୫୧ ଟଙ୍କାର ସ୍ୱତନ୍ତ୍ର ଜିଓ କ୍ରିକେଟ ସେସନ୍ ଡାଟା ପ୍ୟାକ୍ ସବସ୍କ୍ରାଇବ କରିପାରିବେ । ଡାଟା ବଞ୍ଚାଇବା ପାଇଁ ୟୁଜର୍ସ ମାନେ ଏହି ପ୍ୟାକ୍ ପକାଇପାରିବେ । କିନ୍ତୁ ଏହି ଡାଟା ପ୍ୟାକ୍ ରିଚାର୍ଜ କରିବା ୟୁୂଜର୍ସଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ ।

ଜିଓ କ୍ରିକେଟ୍ ସେସନ୍ ଡାଟା ପ୍ୟାକ୍
ଜିଓ କ୍ରିକେଟ୍ ସେସନ୍ ଡାଟା ପ୍ୟାକ୍ ପୂର୍ବରୁ ମଧ୍ୟ ଉପଲବ୍ଧ ରହି ଆସିଛି । ଏହାର ଦାମ୍ ହେଉଛି ୨୫୧ ଟଙ୍କା । ଏହା ମାଧ୍ୟମରେ ଗ୍ରାହକଙ୍କୁ ୫୧ ଦିନ ପାଇଁ ୧୦୨ ଜିବି ଡାଟା ମିଳୁଛି । ୱର୍ଲ୍ଡକପ୍ କ୍ରିକେଟର ସମସ୍ତ ମ୍ୟାଚ୍ ଦେଖିବା ଲାଗି ଏହା ଯଥେଷ୍ଟ । କିନ୍ତୁ ଏହି ଡାଟା ଖାଲି କ୍ରିକେଟ ମ୍ୟାଚ୍ ଦେଖିବା ପାଇଁ ନୁହେଁ, ଅନ୍ୟ ସମସ୍ତ ଇଣ୍ଟରନେଟ କଣ୍ଟେଟ ଦେଖିବା ଲାଗି ମଧ୍ୟ ବ୍ୟବହାର କରିହେବ ।