ମାଞ୍ଚେଷ୍ଟର ମହାମୁକାବିଲା: ବିରାଟ ବାହିନୀ ସାମ୍ନାରେ ୨୪୦ ରନର ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ ।

91

କନକ ବ୍ୟୁରୋ: ଭାରତ ପାଇଁ ୨୪୦ ରନର ବିଜୟ ଲକ୍ଷ୍ୟ । ଫାଇନାଲ୍ ଟିକେଟ୍ ହାତେଇବାକୁ ବିରାଟ ବାହିନୀ ସାମ୍ନାରେ ୨୪୦ ରନର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ ଦଳ । ଗତକାଲି ମାଞ୍ଚେଷ୍ଟର ମୈଦାନରେ ୪୬.୧ ଓଭର ଖେଳି ୨୧୧ ରନ୍ କରିଥିଲା, ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ବର୍ଷା ଯୋଗୁଁ ୪୬.୧ରୁ ବନ୍ଦ ହୋଇଥିଲା, ଆଜି ବଳକାଥିବା ୩.୫ ଓଭର ଖେଳିଛି କିୱି ଦଳ । ଆଉ ମୈଦାନକୁ ଓହ୍ଲାଇବା ପରେ ନ୍ୟୁଜିଲାଣ୍ଡର ୱିକେଟ୍ ପତନ ହୋଇଥିଲା । ଫଳରେ ୫୦ ଓଭର ଖେଳି ନ୍ୟୁଜିଲାଣ୍ଡ ୮ ୱିକକେଟ୍ ହରାଇ ୨୩୯ ରନ୍ କରିବାକୁ ସକ୍ଷମ ହୋଇଛି ।

ସେପଟେ ଭାରତୀୟ ବୋଲିଂ ବିଭାଗରେ ଭୁବନେଶ୍ୱର କୁମାରଙ୍କୁ ୩ ଟି ୱିକେଟ୍ ମିଳିଥିବାବେଳେ ଜସପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି । ତେବେ ରିଜର୍ଭ ଡେ’ରେ ମାଞ୍ଚେଷ୍ଟର ମୈଦାନରେ ହେଉଥିବା ପ୍ରଥମ ସେମିଫାଇନାଲ୍ ପାଇଁ ବିରାଟ ବାହିନୀ ସାମ୍ନାରେ ୨୪୦ ରନର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ । ଆଉ ଫାଇନାଲ୍ ଟିକେଟ୍ ପାଇଁ ଆଉ ଏକ ପାଦ ଦୂରରେ ବିରାଟ ବାହିନୀ ।