ପତନ ହେଉଛି ପାକିସ୍ତାନ, ଭାରତୀୟ ଘାତକ ବୋଲିଂରେ ପାକିସ୍ତାନର ଅଧା ବ୍ୟାଟ୍ସମ୍ୟାନ ପଡ଼ିଆରୁ ବିଦା ।

290

କନକ ବ୍ୟୁରୋ: ଧିରେ ଧିରେ ଧୂଳି ଚାଟୁଛି ପାକିସ୍ତାନ । ମାଞ୍ଚେଷ୍ଟର ମୈଦାନରେ ସର୍ଫରାଜ ସେନା ଉପରେ ଭାରି ପଡୁଛି ମେନ୍ ଇନ୍ ବ୍ଲୁ । କୁଲଦୀପ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘାତକ ବୋଲିଂରେ ପାକିସ୍ତାନର ଅଧା ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନକୁ ଫେରିଛନ୍ତି । ରପୋର୍ଟ ଲେଖିବା ସୁଦ୍ଧା- ପାକ୍ ୩୦ ଓଭର ମଧ୍ୟରେ ୧୪୦ ରନ୍ କରି ୫ଟି ୱିକେଟ୍ ହରାଇଛି । ହାର୍ଦ୍ଦିକ ତାଙ୍କର ୫ମ ଓଭରରେ ପାକିସ୍ତାନର ଦୁଇଟି ବ୍ୟାଟ୍ସମ୍ୟାନ୍ ମହମ୍ମଦ ହାଫିଜ୍ ଓ ସୋଏବ ମଲିକ ଫ୍ୟାଭିଲିୟନକୁ ଫେରିଛନ୍ତି ।

ଅନ୍ୟପଟେ ଲଗାତାର ୨ୟ ଓ ୩ୟ ୱିକେଟ ହରାଇଲା ପାକିସ୍ତାନ । ବ୍ୟାଟ୍ସମ୍ୟାନ ବାବର ଓ ଫକର ପଡିଆରୁ ବିଦା । ୪୮ ରନ କରି ପାଭିଲିୟନକୁ ଫେରିଲେ ବାବର ଆଜମ । ଫକର ଜମାନ ମଧ୍ୟ ୬୨ ରନ କରି ପ୍ୟାଭିଲିୟନ ଫେରିଲେ । ଭାରତୀୟ ସ୍ପିନର କୁଲଦୀପଙ୍କ ଘାତକ ବୋଲିଂରେ ଘାଇଲା ହେଲେ ୨ ବ୍ୟାଟ୍ସମ୍ୟାନ । ତେବେ ପୂର୍ବରୁ ୧୩ ରନର ପ୍ରଥମ ୱିକେଟ ହରାଇଥିଲା ପାକିସ୍ତାନ । ଇମାମଙ୍କୁ ୭ ରନରେ ପାଭିଲିୟନକୁ ବିଦା କରିଥିଲେ ବିଜୟ ଶଙ୍କର ।