ଦମ୍ ଦେଖାଇଲା ଭାରତ ! ପାକିସ୍ତାନ ଆଗରେ ଟିମ୍ ଇଣ୍ଡିଆ ରଖିଲା ବିରାଟ ଲକ୍ଷ୍ୟ

42

କନକ ବ୍ୟୁରୋ : ସୀମା ପରେ ମୈଦାନରେ ଦମ୍ ଦେଖାଇଲା ଭାରତ । କ୍ୟାପଟେନ୍ ବିରାଟ୍ କୋହଲୀଙ୍କ ସମେତ , ଶିଖର ଧାୱନ, ରୋହିତ ଶର୍ମା, ଯୁବରାଜ ସିଂ ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ପାକିସ୍ତାନ ଆଗରେ ରଖିଛନ୍ତି ବିରାଟ ଲକ୍ଷ୍ୟ ।  ଦୁଇ ଓପନର ଦମଦାର ବ୍ୟାଟିଂ କରି ଭାରତ ପାଇଁ ଏକ ବିରାଟ ସ୍କୋରର ମୂଳଦୂଆ ଛିଡା କରିଥିଲେ । ଓପନିଂ ପାର୍ଟନରସିପରେ ଏହି ଯୋଡି ୧୩୬ ରନର ଇନିଂସ୍ ଖେଳିଥିଲେ । ରୋହିତ ଶର୍ମା ୯୧ ରନ୍ କରିଥିବାବେଳେ ଶିଖର ଧାୱାନ ୬୮ ରନ୍ କରିଛନ୍ତି । ପାକିସ୍ତାନ ବିପକ୍ଷରେ ଭାରତ ନିର୍ଦ୍ଧାରିତ ୪୮ ଓଭରରେ କରିଛି ୩୧୯ ରନ୍ । ତେବେ ଡକୱର୍ଥ ଲୁଇସ୍ ନିୟମ ଅନୁଯାୟୀ ପାକିସ୍ତାନ ଆଗରେ ରହିଛି ୩୨୪ ରନର ଲକ୍ଷ୍ୟ ।

ଏହା ସହ ପଢନ୍ତୁ ମହା ମୂକାବିଲାରେ ଶକ୍ତ ମୂଳଦୁଆ ! ବର୍ଷା ଛିଟାରେ କମିନି କ୍ରିକେଟର କ୍ରେଜ୍