ଟପ୍ପରଙ୍କୁ ଟପ୍ପର ଦେଲେ ପରାମର୍ଶ ! କେମିତି ଜୀବନରେ ଆଗକୁ ବଢ଼ିବେ ତାର ଟିପ୍ସ ଦେଲେ ଓଡ଼ିଶାର ଆଇଏଏସ ଟପ୍ପର ଶୁଭଙ୍କର ମହାପାତ୍ର

33

କନକ ବ୍ୟୁରୋ : ଜୀବନରେ ଉପଯୁକ୍ତ ସଫଳତା ନ ମିଳିଲେ ବି ଅଭିଜ୍ଞତା ହାସଲ ହୁଏ । ସଫଳତା ପାଇଁ ସଂପୂର୍ଣ୍ଣ ଉଦ୍ୟମ କଲା ବେଳେ ଏକଥା ଭୁଲିଯିବା ଉଚିତ ନୁହେଁ । ରାଜ୍ୟର ଯୁକ୍ତ ଦୁଇ କଳା ଓ ବାଣିଜ୍ୟରେ ଟପ୍ପର ଛାତ୍ରଛାତ୍ରୀଙ୍କୁ ଏହି ପରାମର୍ଶ ଦେଇଛନ୍ତି ଚଳିତ ବର୍ଷ ଓଡ଼ିଶାରୁ ଆଇଏଏସରେ ଟପ୍ପର ହୋଇଥିବା ଶୁଭଙ୍କର ମହାପାତ୍ର । ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବାଦର ସଂପାଦକ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ସଭାପତିତ୍ୱ କରିିଥିବାବେଳେ ଟ୍ୱିନ୍ ସିଟି ପୋଲିସ୍ କମିଶନର ୱାଇ ବି ଖୁରାନିଆ ମୁଖ୍ୟ ଅତିଥି, ଚାର୍ଟଡ ଆକାଉଂଟାଟ୍ ଏ କେ ସାବତ ଓ ଶୁଭଙ୍କର ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ ।
ରାଜ୍ୟର ବିଭିନ୍ନ ସ୍ଥାନରୁ ଟପ୍ପର ଓ ସେମାନଙ୍କ ଅଭିଭାବକମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ । ସମ୍ବାଦର ପରିଚାଳନା ନିର୍ଦ୍ଦେଶକ ମୋନିକା ନାୟାର ପଟ୍ଟନାୟକ ଓ ବାର୍ତା ସଂପାଦକ ଅରବିନ୍ଦ ଦାସ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।