ଆଇଏଏସ୍ ସ୍ତରରେ ବଡ ଧରଣର ଅଦଳବଦଳ ! ପଂଚାୟତ ଝଟକା ପରେ ବଦଳିଲେ ଜିଲ୍ଲାପାଳ

121

କନକ ବ୍ୟୁରୋ : ଆଇଏଏସ୍ ସ୍ତରରେ ବଡ ଧରଣର ଅଦଳବଦଳ କଲେ ସରକାର । ପଂଚାୟତ ଝଟକା ପରେ ବଦଳାଇଛନ୍ତି ଜିଲ୍ଲାପାଳ । ମୟୂରଭଂଜ ଓ କଳାହାଣ୍ଡି ସହ ବଦଳିଛନ୍ତି ୯ ଜିଲ୍ଲାପାଳ । ଖୋର୍ଦ୍ଧା ଜିଲ୍ଲାପାଳ ଦାୟିତ୍ୱ ରୁପା ରୋସନ ସାହୁଙ୍କୁ ଦିଆଯାଇଥିବା ବେଳେ ଭୁପିନ୍ଦର ସିଂହ ପୁନିଆଙ୍କୁ ମିଳିଛି ଢେଙ୍କାନାଳ ଦାୟିତ୍ୱ । ଏହାସହ ପୋମା ଟୁଡୁ ହୋଇଛନ୍ତି ନୂଆପଡା ଜିଲ୍ଲାପାଳ ।

ଅଂଜନ କୁମାର ମାଣିକ କଳାହଣ୍ଡି , ରେଘୁ. ଜି କେନ୍ଦ୍ରାପଡା, ଖଗେନ୍ଦ୍ର କୁମାର ପାଢୀ ବରଗଡ, ସୁରେନ୍ଦ୍ର କୁମାର ମିନା ମୟୁରଭଂଜ, ବିନିତ୍ ଭରଦ୍ୱାଜ ସୁନ୍ଦରଗଡ, ବୃନ୍ଦା. ଡି କନ୍ଧମାଳ ଜିଲ୍ଲାପାଳ ହୋଇଛନ୍ତି । ସେହିଭଳି ଓଡିଶା ଦକ୍ଷତା ବିକାଶର ଓଏସ୍ଡି ହୋଇଛନ୍ତି ରାଜେଶ ପ୍ରଭାକର ପାଟିଲ । ନିଖିଲ ପୱନ କଲ୍ୟାଣଙ୍କୁ ବ୍ରହ୍ମପୁର ମହାନଗର ନିଗମ କମିସନର ପଦବୀରେ ଅବସ୍ଥାପିତ କରାଯାଇଛି । ଶୁଭମ୍ ସକ୍ସେନାଙ୍କୁ ସିଡିଏ ଭାଇସ୍ ଚାନସେଲର ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।

ଶିଳ୍ପ ନିର୍ଦେଶକ ଏବଂ ଓଏସଆଇସି ଅଧ୍ୟକ୍ଷ ହୋଇଛନ୍ତି ନିରଂଜନ ସାହୁ । ମନିଷ ଅଗ୍ରୱାଲଙ୍କୁ ଗୃହ ବିଭାଗର ଉପ ସଚିବ ଭାବେ ନିଯୁକ୍ତ କରାଯାଇଥିବା ବେଳେ ସଂଜୟ କୁମାର ଭିଙ୍କୁ ଦିଆଯାଇଛି ଜଳ ସମ୍ପଦ ବିଭାଗ ଉପସଚିବ ଦାୟିତ୍ୱ । ରାଜ୍ୟ ସୂଚନା କମିସନର ସଚିବ ହୋଇଛନ୍ତି ଡିଏନ ପାଢୀ । ସେହିଭଳି ମଧୁସ୍ମୀତା ସାହୁ ଓଏଅଇସିର ଅଧ୍ୟକ୍ଷ ହୋଇଥିବା ବେଳେ ମହମ୍ମଦ ସାଦିକ୍ ଅଲାମଙ୍କୁ ମିଳି ସେସୁ ସିଇଓ ପଦବୀ ।