ରେଳ ଲାଇନ କଡରେ ଭଙ୍ଗା ଦଦରା ଘରେ ରହି ଷ୍ଟ୍ରିଟ୍ ଲାଇଟରେ ପାଠପଢୁଥିବା ଝିଅ ବନିଲା ଆଇଏଏସ । ପଢନ୍ତୁ ପୂଜାଙ୍କ ହୃଦୟସ୍ପର୍ଶୀ କାହାଣୀ

3,973

କଥାରେ ଅଛି, ପ୍ରତିଭାକୁ କେହି ବି ରୋକିପାରନ୍ତି ନାହିଁ , ନା ହିଁ ଏହାକୁ କୌଣସି ବି ପରିସ୍ଥିତିରେ ବାନ୍ଧି ରଖାଯାଇପାରିବ । ଯଦି ଆପଣଙ୍କର ଉଦ୍ଦେଶ୍ୟ ସଚ୍ଚା ରହିଛି ତେବେ ଆପଣଙ୍କର ପ୍ରତିଟି ସ୍ୱପ୍ନ ସାକାର ହୋଇପାରିବ । ଦୃଢ ଇଚ୍ଛା ଶକ୍ତି ଏବଂ କଠିନ ପରିଶ୍ରମ ଦ୍ୱାରା କୌଣସି ବି ଅସମ୍ଭବକୁ ସମ୍ଭବ କରିହେବ । ଆଉ ଏହି କଥାକୁ ଯଥାର୍ଥ କରି ଦେଖାଇଛନ୍ତି ଶ୍ରୀଗଙ୍ଗାନଗର ରେଳଲାଇନ କଡରେ ଥିବା ଭଙ୍ଗା ଦଦରା ଝାଟିମାଟି ଘରେ ରହି ଷ୍ଟ୍ରିଟ୍ ଲାଇଟରେ ପାଠପଢି ଥିବା ବହୁତ ଗରିବ ଦଳିତ ପରିବାରର ଝିଅ ପୂଜା ନାୟକ । ପୂଜା ନାୟକ ଆଇଏଏସ ବନି ସାରା ଦେଶ ପାଇଁ ଗୌରବ ଆଣିଛନ୍ତି ।ଏବଂ ବାକି ପିଲାଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

ଶ୍ରୀଗଙ୍ଗାନଗର ରେଲୱେ ଲାଇନ କଡରେ ବନିଥିବା ଝାଟିମାଟି କୁଡିଆରେ ରହୁଥିବା ପୂଜା ନାୟକ କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଏବଂ ଦେଶର ଲକ୍ଷାଧିକ ଗରିବ ପିଲାଙ୍କ ପାଇଁ ପ୍ରେରଣାଦାୟୀ ପାଲଟିଯାଇଛନ୍ତି । ଏକ ଗରିବ ପରିବାରରେ ବାସକରୁଥିବା ଝିଅ, ଯିଏକି ପିଲାଟି ଦିନରୁ ହିଁ ବାପ ଛେଉଣ୍ଡ ଅଟନ୍ତି ଏବଂ ମାଆ ଦିନମଜୁରିଆ ସାଜି ପୂଜାଙ୍କର ଏହି ସ୍ୱପ୍ନକୁ ସାକାର କରିଥିଲେ । ଗରିବ ଦଳିତ ପରିବାରର ଏହି ଝିଅଟିର ଆଇଏଏସ ବନିବାର ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

ଏଠାରେ ଆମେ କହି ରଖୁଛୁ କି, ପୂଜାଙ୍କୁ ଯେତେବେଳେ ୪ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ବାପାଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଯାଇଥିଲା । ପୂଜା ନାୟକଙ୍କର ଆର୍ଥିକ ପରିସ୍ଥିତି ଏତେ ଖରାପ ଯେ, ଘରେ ବିଜୁଳୀ ଆଲୋକଟିଏ ବି ନାହିଁ, ତେଣୁ ସେ ରାସ୍ତା କଡରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟରୁ ହିଁ ପାଠପଢି ଥିଲେ ।

ପୂଜା ନାୟକଙ୍କୁ ୨ ଭଉଣୀ ଏବଂ ଗୋଟିଏ ଭାଇ ଅଛନ୍ତି । ପୂଜାଙ୍କର ମାଆ ପରିବାର ପାଳିବା ପାଇଁ ଦିନ ମଜୁରିଆ ଭାବେ କାମ କରନ୍ତି । ଝିଅର ପାଠପଢିବାର ଇଚ୍ଛାକୁ ତାଙ୍କ ମାଆ କେବେ ମଉଳାଇ ଦେଇନଥିଲେ । ବହୁ କଷ୍ଟ କରି ପେଟକୁ ପୀଠି କରି ପୂଜାଙ୍କୁ ପାଠ ପଢାଇଥିଲେ, ଯେଉଁଥିପାଇଁ ପୂଜା ଆଜି ଆଇଏଏସରେ ପାଇଛନ୍ତି । ତେବେ ପୂଜା ନାୟକଙ୍କ ଅଦମ୍ୟ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଆଜି ତାଙ୍କୁ ଶୀର୍ଷରେ ପହଂଚିପାରିଛି ।