କୋର୍ଟରେ ହାଜର ପରେ ଜେଲ ଫେରିଲେ ଗିରଫ ଆଇଏଏସ ଅଫିସର ! ତେବେ ପାର୍ଥସାରଥୀ କହିଛନ୍ତି, ସେ ଷଡଯନ୍ତ୍ରର ଶିକାର ହୋଇଛନ୍ତି

39

କନକ ବ୍ୟୁରୋ : କୋର୍ଟରେ ହାଜର ପରେ ଜେଲ ଫେରିଲେ ଗିରଫ ଆଇଏଏସ ଅଫିସର । ପାର୍ଥ ସାରଥୀ ମିଶ୍ରଙ୍କୁ ଆଜି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ଗିରଫ ଆଇଏଏସ ଅଫିସରଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ । ୨ ଲକ୍ଷ ୨୦ ହାଜର ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡରେ ପଡିଥିଲେ ପାର୍ଥ ସାରଥୀ । ଏହାପରେ ଆଇଏଏସ ଅଫିସରଙ୍କ ଘରେ ଚଢାଉ କରି କୋଟି କୋଟି ଟଙ୍କାର ସମ୍ପତି ଠାବ କରିଛି ଭିଜିଲାନ୍ସ ।

ଲାଂଚ ନେଇ ଗିରଫ ହୋଇଥିବା ଆଇଏଏସ ଅଫିସର ପାର୍ଥ ସାରଥୀ ମିଶ୍ରଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ ବହୁ ତଥ୍ୟ ହାସଲ କରିଛି ଭିଜିଲାନ୍ସ । ତେବେ ଜେଲ ଯିବା ପୂର୍ବରୁ ପ୍ରତିକ୍ରିୟା ରଖିଛନ୍ତି ଗିରଫ ଆଇଏଏସ ଅଫିସର । ପାର୍ଥ ସାରଥୀ କହିଛନ୍ତି, ସେ ଷଡଯନ୍ତ୍ରର ଶିକାର ହୋଇଛନ୍ତି । ତାଙ୍କୁ ଫସାଇ ଦିଆଯାଇଛି । ଘଟଣାର ତଦନ୍ତ ହେଲେ ଦିନେ ନା ଦିନେ ସତ ସାମ୍ନାକୁ ଆସିିବ ବୋଲି କହିଛନ୍ତି ପାର୍ଥ ସାରଥୀ ।