ଏମିତି ଜଣେ ଆଇଏଏସ୍ ଅଫିସର ଯାହାଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ! ଶୌଚାଳୟ ସଫା କରିବାକୁ ଯେ ବିଦେଶରୁ ଚାକିରୀ ଛାଡି ଆସିଥିଲେ ।

55

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନର ବହ୍ନି ଭାରତରେ ଆରମ୍ଭ ହେବା ପରେ ଲୋକ ଏହାକୁ ଦୃଢତାର ସହ ଆପଣାଇଥିଲେ । ଗାଁ,ସହର ସବୁଠି ପରିଷ୍କାର ପରିଚ୍ଛନ୍ନତା ଦେଖାଯାଇଥିଲା,ଯାହା ଏ ପର୍ଯ୍ୟନ୍ତ ବଳବତ୍ତର ହୋଇ ରହିଅଛି । ନିିକଟରେ ଚମ୍ପାରଙ୍ଗ ସତ୍ୟାଗ୍ରହର ଶତାବ୍ଦୀ ସମାରୋହ ଉତ୍ସବରେ ପ୍ରଧାନମନ୍ତ୍ରୀ ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଫିସରଙ୍କ ଖୁବ୍ ପ୍ରଶଂସା କରିଥିଲେ । ଏହି ଅଫିସରଙ୍କ ନାଁ ପରମେଶ୍ୱର ଜି. ଅୟର । ଏହି ସମାରୋହରେ ମୋଦି ପରମେଶ୍ୱରଙ୍କ ଆମେରିକାରେ ଚାକିରୀ ଛାଡିବାଠାରୁ ଆରମ୍ଭ କରି ସ୍ୱଚ୍ଛ ଭାରତ ଅଭିଯାନ ମିଶନରେ ଭାରତକୁ ଆସିବା ଭଳି କଥା କହିଥିଲେ ।

ଉତ୍ତରପ୍ରଦେଶରୁ ୧୯୮୧ ବ୍ୟାଚ୍ କ୍ୟାଡରରୁ ଅଫିସର ହୋଇଥିବା ପରମେଶ୍ୱର ୭ ବର୍ଷ ପୂର୍ବେ ନିଜ ଇଚ୍ଛା ମୁତାବକ ଚାକିରୀରୁ ଅବସର ନେଇଥିଲେ । ଭାରତ ଯେଭଳି ସ୍ୱଚ୍ଛତାର ସର୍ବାଗ୍ରେ ରହିବ ଏହି ଉଦେ୍ଧଶ୍ୟକୁ ଆଖି ଆଗରେ ରଖି ସେ ବିଶ୍ୱ ବ୍ୟାଙ୍କ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଥିଲେ । ଘରେ ରହୁଥିବା ସମୟରେ ସେ ପ୍ରତିଦିନ ନିଜ ହାତରେ ପାଇଖାନା ସଫା କରିବା ଏବଂ ସ୍ୱେଚ୍ଛାସେବୀଙ୍କ ସହ ଆଖପାଖ ଶୌଚାଳୟ ସଫା କରିବା ପାଇଁ ବାହାରି ପଡୁଥିଲେ । ସ୍ୱଚ୍ଛତାକୁ ଛାଡି ସେ ପାଣି ଏବଂ ସାନିଟେସନ୍ ସେକ୍ଟରରେ ମଧ୍ୟ ୨୦ ବର୍ଷ କାମ କରିସାରିଛନ୍ତି । ଜଳ ସୂର୍ଯ୍ୟ ପ୍ରୋଗ୍ରାମ ପାଇଁ ସେ ଖୁବ୍ ପରିଚିତ । ବର୍ତ୍ତମାନ ସେ ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଭାରତ ସରକାର ତାଙ୍କୁ ପାନୀୟଜଳ ଏବଂ ସ୍ୱଚ୍ଛତା ମନ୍ତ୍ରାଳୟର ସଚିବ ରୂପେ ଆମେରିକାରୁ ଭାରତକୁ ନିମନ୍ତ୍ରଣ କରିଥିଲେ ।
ପ୍ରଧାନମନ୍ତ୍ରୀ ଯେତେବେଳେ ଅୟରଙ୍କ ପ୍ରଶଂସା କରୁଥିଲେ ସେତେବେଳେ ମୋଦି ତାଙ୍କୁ ସଭାସ୍ଥଳରେ ଉପସ୍ଥିତ ନଥିବା ଦେଖି ବିଚଳିତ ହୋଇଥିଲେ ଏବଂ କ୍ୟାମେରାକୁ ଅୟରଙ୍କ ଆଡକୁ ଦେଖାଇବା ପାଇଁ କହିଥିଲେ । ଭିଡ ଭିତରେ ଏଭଳି ଜଣେ ବ୍ୟକ୍ତିବିଶେଷଙ୍କ ଉପସ୍ଥିତି ସେଠାକାର ଲୋକଙ୍କୁ ସ୍ୱଚ୍ଛତାକୁ ଆଉପାଦେ ଆଗକୁ ବଢାଇବା ପାଇଁ ପ୍ରେରିତ କରିଥିଲା ।