କନକ ବ୍ୟୁରୋ : ରାଜ୍ୟ ପ୍ରଶାସନିକ ସ୍ତରରେ ହେଲା ବଡ ଧରଣର ଅଦଳବଦଳ । ୧୬ ଆଇଏଏସଙ୍କ ସମେତ ଜଣେ ଆଇପିଏସଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ । ଅସିତ ତ୍ରିପାଠୀ ହେଲେ କେବିକେ ମୁଖ୍ୟ ପ୍ରଶାସକ, ଗୋପବନ୍ଧୁ ଏକାଡେମୀର ନିର୍ଦ୍ଦେଶକ ଭାବେ ଏସପି ଠାକୁରଙ୍କୁ ମିଳିଲା ନିଯୁକ୍ତି । ସିଜେ ବେନୁଗୋପାଳଙ୍କୁ ରାଜସ୍ୱ ବୋର୍ଡର ସଦସ୍ୟ ଭାବେ ମିଳିଲା ନୂଆ ଦାୟିତ୍ୱ ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିଭଳି ନୀତିନ ଚନ୍ଦ୍ରାଙ୍କୁ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଥିବା ବେଳେ ଦେଓ ରଞ୍ଜନ କୁମାର ସିଂଙ୍କୁ ବିଜ୍ଞାନ ଓ ବୈଷୟିକ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିଭଳି ରଞ୍ଜନା ଚୋପ୍ରାଙ୍କୁ ଏସସି ଓ ଏସଟି ବିଭାଗର ପ୍ରମୁଖ ସଚିବ ଭାବେ ମିଳିଲା ନିଯୁକ୍ତି । ସୁଶୀଲ ଲୋହାନୀଙ୍କୁ ବାଣିଜ୍ୟିକ ଟିକସ କମିଶନର, ବୀର ବିକ୍ରମ ଯାଦବଙ୍କୁ ସମବାୟ ବିଭାଗର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିଭଳି ଆଇପିଏସ ଅରୁଣ ବୋଥ୍ରାଙ୍କୁ ସେସୁର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ
ଏହାଛଡା ଆର ରଘୁପ୍ରସାଦଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସଚିବ ସହ ଓମଫେଡର ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ବିଶାଳ ଗଗନଙ୍କୁ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ, ଭାସ୍କର ଜ୍ୟୋତି ଶର୍ମା ସାମାଜିକ ସୁରକ୍ଷା ସଚିବ ଭାବେ ନୂଆ ଦାୟିତ୍ୱ ମିଳିଛି । କ୍ରିଷ୍ଣନ କୁମାରଙ୍କୁ ପୂର୍ତ୍ତ ବିଭାଗର ସଚିବ ଭାବେ ଦାୟିତ୍ୱ ମିଳିଥିବା ବେଳେ ଅର୍ଚ୍ଚନା ପଟ୍ଟନାୟକଙ୍କୁ ଉଠା ଜଳସେଚନ ବିଭାଗର ନିର୍ଦ୍ଦେଶନ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସଚିନ ରାମଚନ୍ଦ୍ର ଯାଦବ ଅନୁସୂଚିତ ଜନଜାତି ବିଭାଗର ନିର୍ଦ୍ଦେଶକ ନୂଆ ଦାୟିତ୍ୱ ମିଳିଛି ।