ଏଭଳି ଆଇଏଏସ ଅଫିସରଙ୍କୁ ଶହେ ସଲାମ ! ମାତ୍ର ୬ ମାସରେ ସଫା କଲେ ୧୩ ଲକ୍ଷ ଟନ୍ ଅଳିଆ ଆବର୍ଜନା, ସ୍ୱଚ୍ଛତାରେ ମିଳିଲା ଶ୍ରେଷ୍ଠ ସହରର ମାନ୍ୟତା ।

283

ସ୍ୱଚ୍ଛତାକୁ ନେଇ କେନ୍ଦ୍ର ସରକାର ଅନେକ ଯୋଜନା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଉଛନ୍ତି । ତେବେ ସ୍ୱଚ୍ଛତା କ୍ଷେତ୍ରରେ ଇନ୍ଦୋରକୁ ୨୦୧୮ରେ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ସବୁଠାରୁ ସ୍ୱଚ୍ଛ ସହରର ଆୱାର୍ଡ ଦିଆଯାଇଛି । ସ୍ୱଚ୍ଛତା କ୍ଷେତ୍ରରେ ଇନ୍ଦୋରର ଜନସାଧାରଣମାନେ ସବୁଠାରୁ ଆଗରେ ରହିଛନ୍ତି । ଏପରିକି ସ୍ୱଚ୍ଛତା ପାଇଁ ଏଠାକାର ଲୋକମାନେ କଠିନ ପରିଶ୍ରମ କରିଥାନ୍ତି । ତେବେ ଏହାରି ମଧ୍ୟରେ ଆଇଏଏସ ଅଫିସର ଆଶିଷ ସିଂହ କିଛି ଏପରି କାମ କରିଛନ୍ତି, ଯେଉଁଥିପାଇଁ ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି । 

ଗତ ୬ ମାସ ମଧ୍ୟରେ ଏହି ଆଇଏଏସ ଅଫିସର ଜଣଙ୍କ ୧୩ ଲକ୍ଷ ଟନ୍ ଅଳିଆ ଆବର୍ଜନା ଗାୟବ କରିଦେଇଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମେ ସେ ଓଦା ଏବଂ ଶୁଖିଲା ଥିବା ଅଳିଆ ଆବର୍ଜନାକୁ ମେସିନ ମାଧ୍ୟମରେ ଅଲଗା କରିଥିଲେ । ଏହା ପରେ ଶୁଖିଲା ଥିବା ଆବର୍ଜନାକୁ ଡିଲର୍ସ ମାନଙ୍କୁ ବିକ୍ରି କରାଯାଇଥିଲା ଏବଂ ପ୍ଲାଷ୍ଟିକ ଗୁଡିକୁ ଇନ୍ଧନରେ ପରିବର୍ତ୍ତନ କରାଯାଇଥିଲା । ସେହିପରି ପଲିଥିନ୍ ଗୁଡିକୁ ସିମେଣ୍ଟ ପ୍ଲାଣ୍ଟସ୍ ଏବଂ ସଡକ ନିର୍ମାଣ ପାଇଁ ପଠାଗଲା । ରବର ଟୁକୁଡା ଗୁଡିକୁ ବିଲ୍ଡିଂ ମ୍ୟାଟେରିଆଲ୍ ଭାବେ ବ୍ୟବହାର କରାଗଲା । 

ତେବେ ଆଶିଷ ସିଂହଙ୍କ କହିବା କଥା ଆଉଟସୋର୍ସିଂ ପାଇଁ ୬୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଯାହାକି ଆଶିଷ ସିଂହଙ୍କ ପାଇଁ ଖର୍ଚ୍ଚ କରିବା ଏତେ ସହଜ ନଥିଲା । ଯେଉଁଥିପାଇଁ ସେ ଏଭଳି ପଦକ୍ଷେପ ନେବାକୁ ସ୍ଥିର କରିଥିଲେ । ଏପରି କରିବା ଦ୍ୱାରା ସହର ତ ସଫା ହେଲା ନିଶ୍ଚୟ, ଏହା ସହ ବିଭିନ୍ନ ଅଳିଆ ସ୍ଥାନ ମଧ୍ୟ ସଫା ହୋଇଗଲା । ଯାହାଦ୍ୱାରା ସହରକୁ ୧୦୦ ଏକର ଜମି ମିଳିଲା । ତେବେ ଏହି ସ୍ଥାନରେ ୧୦ ଏକର ଜମିରେ ଗାର୍ଡେନ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ବାକି ୯୦ ଏକର ଜାଗାରେ ସିଟି ଫରେଷ୍ଟ ନିର୍ମାଣ କରାଯିବ ବୋଲି ଜଣାପଡିଛି ।