ଅଧାରେ ତଦନ୍ତ : କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଂଗାରୁଜା ଘଟଣାର ତଦନ୍ତ କରୁଥିବା ଉତରାଂଚଳ ଆରିଡିସିଙ୍କୁ ବଦଳ

22

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଦଳିଲେ କମିଶନର, ଅଧାରେ ତଦନ୍ତ । ବରଗଡରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଂଗାରୁଜା ଘଟଣାର ତଦନ୍ତ କରୁଥିବା ଉତରାଂଚଳ ଆରଡିସିଙ୍କୁ ବଦଳି କରାଯାଇଛି । ଆରଡିସି ଏନବିଏସ୍ ରାଜପୁତଙ୍କୁ ସେଟଲମେଂଟ କମିଶନର ଭାବେ ବଦଳି କରାଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ବରଗଡରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଂଗାରୁଜା ଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ କରୁଥିବା ରାଜପୁତଙ୍କୁ ବଦଳି କରାଗଲା କାହିଁକି । ଏବେ ଏହାର ତଦନ୍ତ କରିବ କିଏ । ତଦନ୍ତ ଅଧାରେ ଅଟକିଥିବା ବେଳେ କାହିଁକି ତାଂକୁ ବଦଳି କରାଗଲା । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତି ପଛରେ କଣ କାରଣ ରହିଛି ।