ନୀଳାଦ୍ରି ବିଜେ ସମୟରେ ପୁରୀ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ : ଅରବିନ୍ଦଙ୍କ ସପକ୍ଷରେ ବାହାରିଲା ଆଇଏଏସ ସଂଘ

41

ପୁରୀ ,ବ୍ୟୁରୋ , କନକ ନ୍ୟୁଜ୍ : ପୁରୀ ଜିଲ୍ଲାପାଳଙ୍କ ସମର୍ଥନରେ ଆଗକୁ ଆସିଲା ଆଇଏଏସ ସଂଘ । ଜଣେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କ ପ୍ରତି ସେବାୟତଙ୍କ ଦୁର୍ବ୍ୟବହାରକୁ ନିନ୍ଦା କରିଛି ସଂଘ । ଏନେଇ ସଂଘ ତାର ଆଭିମୁଖ୍ୟ ସ୍ଥିର କରିବାକୁ ଆଜି ବସୁଛି ବୈଠକ । ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁଥିବାବେଳେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ପ୍ରତି ସେବାୟତଙ୍କ ଗୁଣ୍ଡାଗିରିକୁ ବରଦାସ୍ତ କରାଯିବ ନାହିଁ ବୋଲି ସଂଘର ସଂପାଦକ ବିଶାଲ ଦେବ କହିଛନ୍ତି । ଦୋଷୀଙ୍କ ବିରୋଧରେ ସରକାର କଡା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ଆଶା ରଖିଥିବା କହିଛନ୍ତି ।