ବାତ୍ୟା ‘ଫୋନି’ ପ୍ରଭାବିତଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ରାଜ୍ୟ IAS ସଂଘ । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦେଲେ ୧୦ ହଜାର ଲେଖାଏଁ ସହାୟତା ରାଶି ।

183

କନକ ବ୍ୟୁରୋ: ଓଡ଼ିଶାରେ ବାତ୍ୟା ‘ଫୋନି’ ପ୍ରଭାବିିତଙ୍କୁ ସହାୟତା ପାଇଁ ହାତ ବଢ଼ାଇଲା ରାଜ୍ୟ ଆଇଏଏସ ସଂଘ । କ୍ଷତିଗ୍ରସ୍ତ ପରିବାରଙ୍କୁ ପ୍ରତି ଆଇଏଏସ ଅଫିସର ପିଛା ୧୦ ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ରାଜ୍ୟ ରାଜ୍ୟର ଆଇଏଏସ୍ ସଂଘର ପ୍ରତି ସଦସ୍ୟ ୧୦-୧୦ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ‘ଫୋନି’ ପ୍ରଭାବରେ ଧ୍ୱସଂ ବିଧ୍ୱସ୍ତ ହୋଇ ପଡ଼ିଥିବା ଓଡ଼ିଶାକୁ ପୁଣିଥରେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ଉଦ୍ୟମ ଚଳାଥିବାବେଳେ ଏବେ ଚାରିଆଡୁ ସହାୟତର ହାତ ବଢ଼ିଚାଲିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ‘ଫୋନି’ ପାଇଁ ଓଡ଼ିଶାକୁ ସହାୟତା କରିବା ପାଇଁ ବ୍ୟକ୍ତିଗତ, ସାମୂହିକ ଭାବେ ବହୁତ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆସି ସାରିଲାଣି । ସୂଚନାଯୋଗ୍ୟ ବାତ୍ୟା ପରେ ଏଯାଏଁ ଛତିଶଗଡ଼, ମହାରାଷ୍ଟ୍ର, କେରଳ, ତାମିଲନାଡୁ ୧୦-୧୦ କୋଟି ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି । ସେହିଭଳି କେନ୍ଦ୍ର ସରକାର ୨ଟି ପର୍ଯ୍ୟାୟରେ ୧୩୪୧ କୋଟି ଟଙ୍କା ବାତ୍ୟା ସହାୟତା ମଂଜୁର କରିଛନ୍ତି ।

ଅନ୍ୟପଟେ ବଲିଉଡ ଅଭିନେତା ଅକ୍ଷୟ କୁମାର ଏକ କୋଟି ଟଙ୍କା, ଆଦାନୀ ଗ୍ରୁପ ୨୫ କୋଟି, ବୌଦ୍ଧ ଧର୍ମଗୁରୁ ଦଲାଇଲାମା ୧୦ ଲକ୍ଷ ଟଙ୍କା ବାତ୍ୟା ସହାୟତା ଦେବାକୁ ଘୋଷଣା କରିଛନ୍ତି। ସେହିପରି କର୍ଣ୍ଣାଟକ ସରକାରଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ମଧ୍ୟ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବାର୍ତ୍ତାଳାପ କରି ଆବଶ୍ୟକ ସହଯୋଗ କରିବାକୁ ପ୍ରସ୍ତାବ ଦେଇଛନ୍ତି ।