ଓଡିଆ ଆଇଏଏସ ଅଫିସର ଗିରଫ : ଆତ୍ମସମର୍ପଣ ପରେ ବି.ବି. ମହାନ୍ତିଙ୍କୁ ଗିରଫ କଲା ରାଜସ୍ଥାନ ପୁଲିସ

43

କନକ ବ୍ୟୁରୋ : ଗିରଫ ହେଲେ ଓଡିଆ ଆଇଏଏସ ଅଫିସର । ଦୁଷ୍କର୍ମ ଅଭିଯୋଗରେ ରାଜସ୍ଥାନର ଜୟପୁରରୁ ଗିରଫ ହୋଇଛନ୍ତି ଓଡିଆ ଆଇଏଏସ ଅଧିକାରୀ ବି.ବି. ମହାନ୍ତି । ଜୟପୁର ସୋଡାଲା ସ୍ଥିତ ଏସିପିଙ୍କ କାର୍ଯ୍ୟାଳୟକୁ ଆସି ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି ।

୨୦୧୪ ଜାନୁଆରୀରେ ଦୁଷ୍କର୍ମ ଅଭିଯୋଗ ପରେ ତାଙ୍କୁ ନିଲମ୍ବିତ କରାଯାଇଥିଲା । ଆଉ ସେବେଠାରୁ ଫେରାର ଥିଲେ ଆଇଏଏସ ଅଫିସର ବି.ବି. ମହାନ୍ତି । ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ଜଣେ ୨୩ ବର୍ଷୀୟ ମହିଳା । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ଆଇଏଏସ ପରୀକ୍ଷାରେ ସହାୟତା କରିବାର ପ୍ରତିଶ୍ରୁତି ଦେଇ ୨୦୧୩ରେ ତାଙ୍କୁ ଯୌନ ଶୋଷଣ କରିଥିଲେ ବି.ବି. ମହାନ୍ତି । ପଚରା ଉଚରା ପାଇଁ ପୋଲିସ ପାଖରେ ହାଜର ନହେବାରୁ ସ୍ଥାନୀୟ ଅଦାଲତ ତାଙ୍କ ବିରୋଧରେ ଜାମିନ ବିହୀର ଗିରଫ ପରୱାନା ଜାରି କରିଥିଲେ ।